ଭୁବନେଶ୍ଵର : ଖୋର୍ଦ୍ଧା ଜିଲ୍ଲାର ପୂର୍ବତନ ସିଡିଏମଓ ବୈଦ୍ୟନାଥ ନାୟକ ଅସଦାଚରଣ ଅଭିଯୋଗରେ ଗିରଫ। କ୍ଲିନିକରେ ଥିବା ବେଳେ ପୋଲିସ ତାଙ୍କୁ ଗିରଫ କରି ଡାକ୍ତରୀ ମାଇନା ପାଇଁ ପଠାଇଛି।
ଖବର ଅନୁଯାୟୀ ଗତକାଲି ଡାକ୍ତର ନାୟକଙ୍କ କ୍ଲିନିକକୁ ଜଣେ ଗର୍ଭବତୀ ମହିଳା ନିଜ ସମ୍ପର୍କୀୟଙ୍କ ସହ ରେଗୁଲାର ଚେକଅପ୍ ପାଇଁ ଯାଇଥିଲେ। ସେଠାରେ ତାଙ୍କୁ ଡାକ୍ତରଜଣକ ଅସଦାଚରଣ କରିଥିଲେ। ମହିଳାଜଣକ ଘରକୁ ଫେରି ସ୍ୱାମୀଙ୍କୁ ଏ ବିଷୟରେ କହିବାରୁ ଆଜି ଉଭୟ ପତିପତ୍ନୀ ଖୋର୍ଦ୍ଧା ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଘଟଣାର ତଦନ୍ତ କରି ଡା. ମହାନ୍ତିଙ୍କୁ ଗିରଫ କରିଥିବା ଜଣାପଡିଛି।