ଆଠମଲ୍ଲିକ: ପାଞ୍ଚ ହଜାର ଚାରା(ବୃକ୍ଷ) ରୋପଣ

ଆଠମଲ୍ଲିକ:- ତା ୧୯/୮(ବୁଲୁ ଦଳେଇ):- ନିଖିଳ ଉତ୍କଳ ଶୁଣ୍ଢୀ (ସୌଣ୍ଢୀକ)ସମାଜ, ଓଡିଶା ପକ୍ଷରୁ ରାଜ୍ୟ ସଭାପତି ବିକ୍ରମ କେଶରୀ ସାହୁ ଙ୍କ ନେତୃତ୍ୱ ରେ ଆଠମଲ୍ଲିକ ଉପଖଣ୍ଡ କିଶୋରନଗର ବ୍ଲକ ହଣ୍ଡପା ଥାନା ବଏଷିଣା ଠାରେ ୨୪ ଏକର ସରକାରୀ ଜମିରେ ଗତ ୧୨ ତାରିଖ ରେ ଏକ ବନିକରଣ ମହୋତ୍ସବ ପାଳିତ କରିଥିବା ଜଣାଯାଇଛି l ଅନୁଗୋଳ ଜିଲା ଶୁଣ୍ଢୀ ସମାଜ ସଭାପତି ଜୟାନନ୍ଦ ସାହୁ ଙ୍କ ଅଧ୍ୟକ୍ଷତାରେ ବଏଷିଣା ଠାରେ ଆୟୋଜିତ ଏହି ବନିକରଣ ମହୋତ୍ସବ ରେ ରଥକାଠ ପାଇଁ ଆବଶ୍ୟକ ବୃକ୍ଷ ଓ ଅନ୍ୟ ଔଷଧୀୟ ବୃକ୍ଷ ରୋପଣ ପାଇଁ ବନଖଣ୍ଡ ଅଧିକାରୀ ସନ୍ତୋଷ କୁମାର କାପ୍ପୁଲା ଙ୍କ ଅନୁମତି କ୍ରମେ ପ୍ରାୟ ୫ ହଜାର ଚାରା(ବୃକ୍ଷ)ରୋପଣ କରା ଯାଇଥିବା ଜଣାଯାଇଛି l ରଥକାଠ ପାଇଁ ଫାଶୀ, ଅଶନ, ଧଉରା, ଶାଳ ଓ ଲିମ୍ବ ବୃକ୍ଷ ରୋପଣ କରାଯାଇଥିବା ବେଳେ ଅନ୍ୟ ଔଷଧୀୟ ବୃକ୍ଷ ଭାବେ ଜାମ୍ମୁ, ବାହାଡା, ଅଅଁଳା, ଅଶୋକ, ଚନ୍ଦନ ଚାରା ତତସହିତ କାଜୁ ଚାରା ରୋପଣ କରାଯାଇଥିବା ଜଣାଯାଇଛି l ସରକାରୀ ଗୋଚର ଓ ରକ୍ଷିତ ଖାତାରେ ଥିବା ପ୍ଲଟ ଗୁଡିକରେ ଏହି ୫ ହଜାର ଚାରା ରୋପଣ କରାଯାଇଛି l ଆଗକୁ ଆହୁରି ୩ ହଜାର ବୃକ୍ଷ ରୋପଣ କରାଯିବାକୁ ଲକ୍ଷ ରଖାଯାଇଛି ବୋଲି ଶୁଣ୍ଢୀ ସମାଜ ରାଜ୍ୟ ସଭାପତି ବିକ୍ରମ କେଶରୀ ସାହୁ କହିଛନ୍ତି l ଏହି କାର୍ଯ୍ୟକ୍ରମ ରେ ଶୁଣ୍ଢୀ ସମାଜ ର ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ଶତାଧିକ ପୁରୁଷ ଓ ମହିଳା ଯୋଗଦେଇ ବୃକ୍ଷ ରୋପଣ କରିଥିଲେ l ଶୁଣ୍ଢୀ ସମାଜ ର ଏହି ମହତ କାର୍ଯ୍ୟ ପାଇଁ ସାଧାରଣ ରେ ସେମାନଙ୍କୁ ପ୍ରଶଂସା କରାଯାଇଛି l