ମେରି ମିଟି ମେରା ଦେଶ କାର୍ଯ୍ୟକ୍ରମ

ଢେଙ୍କାନାଳ – (ଶୁଭମ ପାଣି) – ଢେଙ୍କାନାଳ ସ୍ବୟଂଶାସିତ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଆନୁକୁଲ୍ୟରେ ଆଜାଦିକି ଅମୃତ ମହୋତ୍ସବରେ ମେରି ମିଟି ମେରା ଦେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ରଣଜିତ କୁମାର ପ୍ରଧାନ ଉଦ୍‌ଘାଟନ କରି ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ଆତ୍ମନିର୍ଭରଶୀଳ ଏବଂ ବିକଶିତ ଭାରତ ଗଢି ତୋଳାଇବାରେ ବ୍ରତୀ ହବା ପାଇଁ ଆହ୍ବାନ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମ ରେ ଅବସର ପ୍ରାପ୍ତ ନୌସେନା ଅଧିକାରୀ ଶ୍ରୀଯୁକ୍ତ ରାଧାବଲ୍ଲଭ ରାଏ ଏବଂ ସ୍ବାଧୀନତା ସଂଗ୍ରାମୀ ଶ୍ରୀଯୁକ୍ତ ବୈଷ୍ଣବ ଚରଣ ପଟ୍ଟନାୟକଙ୍କ ପରିବାରର ସଦସ୍ୟ ଶ୍ରୀଯୁକ୍ତ ଚିତରଞ୍ଜନ ପଟ୍ଟନାୟକଙ୍କୁ ସମର୍ଶିତ କରାଯାଇଥିଲା । ଏହି ଅବସରରେ ଫଳପ୍ରଣ ଶପଥ ପାଠ କରାଯାଇଥିଲା । ପରିଶେଷରେ ୨୫ଟି ଔଷଧିୟ ବୃକ୍ଷ ଯଥା ଥାଲକୁଡି, ବ୍ରାହ୍ମୀ, ଅଶୋକ, ଲବଙ୍ଗ, ଗଙ୍ଗଶିଉଳି, କାଂଚନ, ରୁକୁଣା, ହାପୋଛା, ଗୋଲମରିଚ, ତେଜପତ୍ର ଇତ୍ୟାଦି ମହାବିଦ୍ୟାଳୟର ପରିସରରେ ରୋପଣ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ଡ. ଦେବରାଜ ପରିଡା ପରିଚାଳନା କରିଥିଲେ ଏବଂ ଓଡିଆ ବିଭାଗର ଅଧ୍ୟାପିକା ଡ. ମଞ୍ଜୁଳିକା ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ୨୦୦ରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ ।