ସାମ୍ବାଦିକ ସମ୍ମିଳନୀ କରି ଚେତାବନୀ ହାଇ ସ୍କୁଲ ନହେଲେ ନେତା ଙ୍କୁ ଗାଁ ମନା |

ମୋହନ :(ଜିତେନ୍ଦ୍ର କୁମାର ବେହେରା )ଗଜପତି ଜିଲ୍ଲା ମୋହନା ବ୍ଲକ ଓଡିଶା ର ଦିତୀୟ ବୃହତ୍ତମ ବ୍ଲକ ଅଟେ ବ୍ଲୋକ ସଦର ମହକୁମା ଠାରେ ଆଜି ପର୍ଯ୍ୟନ୍ତ OBC ଓ ସାଧାରଣ ବର୍ଗ ର ଛାତ୍ର ମାନଙ୍କ ପାଇଁ ଗୋଟିଏ ହାଇ ସ୍କୁଲ ନିର୍ମାଣ ହୋଇ ପାରିନି l ମୋହନା, କଣ୍ଟେଇ କୋଳି, ବେତାର ସିଂ, ଖାରୀ ଗୁଡ଼ା, ରଙ୍ଗ ମାଟିଆ ସ୍କୁଲ ଗୁଡିକ ରୁ ବର୍ଷ କୁ ଦୁଇ ସହ OBC ଓ ସାଧାରଣ ବର୍ଗ ପିଲା ଅଷ୍ଟମ ଶ୍ରେଣୀ ପାସ୍ କରନ୍ତି, କିନ୍ତୁ ସେହି ପାସ୍ କରିଥିବା ପିଲା ଙ୍କୁ ନବମ ଶ୍ରେଣି ପଢିବା ପାଇଁ ମୋହନା ଠାରେ ଏକ୍ ହାଇ ସ୍କୁଲ ନଥିବା ଦୃଷ୍ଟି ରୁ ପିଲା ମାନେ ନିଜ୍ ଗାଁ ଠାରୁ ପାଞ୍ଚ ଦସ କିଲୋ ମିଟର ଯାଇ ପାଠ ପଢିବା ପାଇଁ ବାଧ୍ଯ ହୋଇ ବହୁ ଅସୁବିଧା ର ସମୂଖୀନ ହେଉଛନ୍ତି l ଏହି ବିଷୟ କୁ ନେଇ ସ୍ତାନୀୟ ନେତା ଠାରୁ ଶିକ୍ଷା ମନ୍ତ୍ରୀ, ସ୍ତାନୀୟ ପ୍ରଶାସନ ଠାରୁ ଶିକ୍ଷା ସଚିବ ପର୍ଯ୍ୟନ୍ତ ଗୁହାରି କରିଥିଲେ ମଧ୍ଯ କେହି କର୍ଣ୍ଣପାତ କରୁନାହାନ୍ତି, ଏହୁ ଯୁବ ସମାଜ, ବୁଦ୍ଧି ଯିବି ଏକ୍ ସାମ୍ବାଦିକ ସମ୍ମିଳନୀ କରି ଚେତାବନୀ ଦେଇଛନ୍ତି କି ମୋହନା ରେ OBC ସାଧରଣ ପିଲା ଙ୍କ ପାଇଁ ଗୋଟିଏ ହାଇ ସ୍କୁଲ ନହେଲେ ରାଜ ରାସ୍ତା କୁ ଓଲ୍ଲାଇବା ସହିତ ଆସନ୍ତା ନିର୍ବାଚନରେ ନେତା ଙ୍କୁ ଗାଁ ରେ ପୁରାଇ ଦେବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି l ଏହି ସାମ୍ବାଦିକ ସମ୍ମିଳନୀରେ ଶିକ୍ଷାବିତ୍ ମର୍ଶଲ ନାୟକ, ଆଇନ ଯିବି ମଧୁ ସୁଦନ ପାଢି, ମୋହନା ସମିତି ସଭ୍ୟ ବାଳକୃଷ୍ଣ ମଲ୍ଲିକ, ଯୁବ ସମାଜ ସେବୀ ଜିତେନ୍ଦ୍ର କୁମାର ବେହେରା ଙ୍କ ସହିତ ସ୍କୁଲ ସଭାନେତ୍ରୀ ଓ ଅଭିଭାବକ ମାନେ ଉପସ୍ଥିତ ଥିଲେ l