ସପ୍ତଶମ୍ଭୁ ମିଳନ |

ନୟାଗଡ଼ :(ପପ୍ରଶାନ୍ତ କୁମାର ପ୍ରଧାନ )ନୟାଗଡ଼ ଜିଲ୍ଲା ଓଡଗାଁ ବ୍ଲକ ଅନ୍ତର୍ଗତ ବଳଭଦ୍ରପୁର ଗ୍ରାମରେ ଦଣ୍ଡଯାତ୍ରରେ ସପ୍ତଶମ୍ଭୁ ମିଳନ ଯାତ୍ରା ଅନୁଷ୍ଠିତ ହୋଇଯାଇଛି, ଏହି ଯାତ୍ରାରେ ଆଖପାଖ ଅଂଚଳର ଯଥା କୋରପିଠା, ରବିଗାଡିଆ, କୁରୁମବାଙ୍କତରା, ପାଣ୍ଡେରୀପଡା, ଓଡଗାଁ, ରଗଡିମଡ଼ା, କୁଶଢିପି ଗ୍ରାମରୁ ଶମ୍ଭୁ ମାନେ ଆସି ଏକାଠି ହୋଇଥିଲେ, ଅଫରାଣ୍ଣରେ ଶପ୍ତଶମ୍ଭୁ ର ଦଣ୍ଡୁଆମାନେ ଧୂଳିଦଣ୍ଡ ଖେଳି ସନ୍ଧ୍ୟାସମୟରେ ଜଳତୋଠକୁ ଗମନ କରିଥିଲେ, ତାପରେ ସେଠାର ଠାକୁରମାନେ ସ୍ନାନ କରି ଦଣ୍ଡକୁ ଜିଆଁଇ ଦଣ୍ଡଖେଳ କରି ଗ୍ରାମଭିତରେ ପ୍ରବେଶ କରିଥିଲେ, ତାପରେ ମାନସିକଧାରୀଙ୍କ ଦୁଆରେ ଭୋଗଖାଇଥିଲେ, ଶେଷରେ ରାତ୍ର ସମୟରେ ସପ୍ତଶମ୍ଭୁଙ୍କ ଦ୍ୱାରା ସାଂଶୁତ୍ରିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା, ସପ୍ତଶମ୍ଭୁଙ୍କୁ ଦର୍ଶନ କରିବା ପାଇଁ ଆଖପାଖ ଅଂଚଳରୁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିବାର ଦେଖିବାକୁ ମିଳିଛି,