ଶବ ସତ୍କାର କରିଥିଲା, ଶୁଦ୍ଧିକ୍ରିୟା ସହାୟତା ମଧ୍ୟ ଯୋଗାଇଲା ଭରସା ପରିବାର |

କେନ୍ଦୁଝର :(ବିଜୟ କୁମାର ମହାନ୍ତ )ପାଟଣା ବ୍ଲକ ବଡ ପାଟଣା ଗ୍ରାମ ପଞ୍ଚାୟତର ମାଧପୁର ଗ୍ରାମର ଶୁକ ମୁଣ୍ଡା ଗତ ୨୬ ତାରିଖ ଦିନ ନିଜ ଘରେ ମୃତ୍ୟୁ ବରଣ କରିଥିଲେ । ଦୁଇ ଦିନ ଧରି ଶବ ଘରେ ପଡି ରହିବା ଖବର ପାଇ ଭରସା ପରିବାର ପକ୍ଷରୁ ଶବ ସତ୍କାର ମଧ୍ୟ କରାଯାଇଥିଲା । ପରିବାର କହିଲେ ତିନି ନାବାଳିକା ଝିଅ ଓ ବିଧବା ପତ୍ନୀ । ନା ଅଛି ଆଧାର ପରିଚୟ, ନା ରେଶନ କାର୍ଡ, ଆବାସ ଯୋଜନାରେ ଅନ୍ତର୍ଭୁକ୍ତ ମଧ୍ୟ ହୋଇନାହାନ୍ତି । ପରିବାରର ଅସହାୟତା ଅନୁଭବ କରି ଭରସା ପରିବାର ପକ୍ଷରୁ ପ୍ରତ୍ୟେକ ସଦସ୍ୟଙ୍କ ଦ୍ଵାରା ସହାୟତା ରାଶି ଆଦାୟ କରି ଆଜି ଭରସା ପରିବାରର ସଭାପତି ଲମ୍ବୋଦର ମହାନ୍ତଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ରାଜ୍ୟ ସଂଯୋଜକ ଡମ୍ବରୁଧର ମହାନ୍ତ, ଲୋକ ସମ୍ପର୍କ ଅଧିକାରୀ ରଜନୀକାନ୍ତ ବେହେରା, ସୌମ୍ୟରଞ୍ଜନ ବେହେରା, ପାଟଣା ବ୍ଲକ ସଭାପତି ଭରତ ଚନ୍ଦ୍ର ମହାନ୍ତ, ସାଧାରଣ ସମ୍ପାଦକ ବାପୁନ୍ କୁମାର ମହାନ୍ତ, ସମ୍ପାଦକ ଗିରିଜାଶଙ୍କର ମହାନ୍ତ, ଉପଦେଷ୍ଟା ପ୍ରେମଚାନ୍ଦ ପୃଷ୍ଟି, ସାହାରପଡ଼ା ବ୍ଲକ ସଭାପତି ଓମପ୍ରକାଶ ମହାନ୍ତ, ମୟୂରଭଞ୍ଜ ଜିଲ୍ଲା ସଭାପତି ବୁଧୁରାମ୍ ମହାନ୍ତ, ରାଜକିଶୋର ବାରିକ, ପ୍ରଦୀପ ନାଏକ ପ୍ରମୁଖ ତାଙ୍କ ବାସଭବନରେ ଉପସ୍ଥିତ ହୋଇ ତେଜରାତି ସାମଗ୍ରୀ, ଶୁଖିଲା ଖାଦ୍ୟ, ବିଧବା ପତ୍ନୀ ଓ ତିନି ନାବାଳିକାଙ୍କୁ ନୂତନ ବସ୍ତ୍ର ପ୍ରଦାନ କରିଥିଲେ । ଭରସା ପରିବାରର ସଭାପତି ଲମ୍ବୋଦର ମହାନ୍ତ ତିନି ନାବାଳିକାଙ୍କ ଆଧାର ପରିଚୟ ପତ୍ର ଓ ଶିକ୍ଷା ଗ୍ରହଣ ପାଇଁ ସହଯୋଗ କରାଯିବାର ପ୍ରତିଶ୍ରୁତି ପ୍ରଦାନ କରିଛନ୍ତି ।