ମହିଳା ଜିଆରଏସ ଯମୁନା ମାଝୀଙ୍କ ନାଁ ରେ ସାଙ୍ଘାତିକ ଅଭିଯୋଗ, ବହିଷ୍କାର ଦାବି କଲେ ସରପଞ୍ଚ ଓ ପଞ୍ଚାୟତ ବାସୀ |

ଉମରକୋଟ :(ପ୍ରିତିରଞ୍ଜନ ଦାସ )ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅଧୀନରେ ଥିବା ମୁଣ୍ଡିଗୁଡା ଗ୍ରାମପଂଚାୟତର ଜିଆରଏସ ଯମୁନା ମାଝୀଙ୍କ ନାମରେ ଆସିଛି ମହାଭିଯୋଗ. ଅଭିଯୋଗ ଅନୁସାରେ ଜିଆରଏସ ଯମୁନା ମାଝୀ ମାତ୍ର ଏକ ବର୍ଷ ହେବ ମୁଣ୍ଡିଗୁଡା ପଞ୍ଚାୟତ ରେ ଚାକିରୀ ଆରମ୍ଭ କରିଛନ୍ତି. କିନ୍ତୁ ଚାକିରୀ ଆରମ୍ଭରୁ ସେ ପଞ୍ଚାୟତ ର ସମସ୍ତଙ୍କୁ ହଇରାଣ କରିବା ସହ କିଛି ଠିକାଦାର ଓ ସ୍ୱାମୀ ଗଦାଧର ମାଝୀଙ୍କ ସହ ମିଶି ଅନେକ ଘୋଟାଲା କରିଛନ୍ତି.ସେ ଚିଠା ବହୁତ ଲମ୍ବା, କିନ୍ତୁ କିଛି ବଡ କଥା ଉପରେ ନଜର ପକାନ୍ତୁ ଯାହା ଆପଣମାନଙ୍କୁ ଚକିତ କରିଦେବ |


୧. (୨o୨୧ -୨୨ ଆର୍ଥିକ ବର୍ଷରେ ହୋଇଥିବା ଦାଢ଼ିଆଗୁଡା ଠାରୁ ନନ୍ଦପୁରା ରାସ୍ତା କାମ). ଦୁଇଟି ଠିକାଦାର ଦଳ ଅଧା ଅଧା ରାସ୍ତା କାମ କରିଥିଲେ ମଧ୍ୟ ଗୋଟିଏ ଦଳ ଜିଆରଏସ ଙ୍କ ଅନୁଗତ ହୋଇଥିବାରୁ ତାଙ୍କର ସବୁ ବିଲ୍ ପାସ କରି ଅନ୍ୟ ଦଳର ୮ ଲକ୍ଷ ଟଙ୍କାରୁ ବିଲ ମାତ୍ର ୭ ହଜାର ଟଙ୍କା କରି ଫାଇଲ ବନ୍ଦ କରିଦେବା.
୨. ପଞ୍ଚାୟତବାସୀ ବାରମ୍ବାର ଅନୁରୋଧ କରିବା ସତ୍ୱେ ଜବ କାର୍ଡ ନକରି ତାଙ୍କୁ ଭୁଆଁ ବୁଲାଇବା.
୩. ଜିଓ ଟାଗିଙ୍ଗ ସରକାରଙ୍କ ଦ୍ୱାରା ମେଟ ମାନେ କରିବାକୁ କୁହା ଯାଇଥିବା ବେଳେ ଜିଆରଏସ ଯମୁନା ମାଝୀ ତାଙ୍କ ଅନୁଗତ ମଞ୍ଜିତ ଭତ୍ରା ନାମକ ଜଣେ ଯୁବକଙ୍କୁ ଦେବା.
୪. ପଞ୍ଚାୟତ ର ମୁଖ୍ୟ ସରପଞ୍ଚ ବା ଲୋକ ପ୍ରତିନିଧି ଙ୍କୁ କୌଣସି କଥା ନପଚାରି ବା ତାଙ୍କ ବିନା ଦସ୍ତଖତରେ ଜାଲ ଦସ୍ତଖତ କରି ବିଲ କରି ଅର୍ଥ ଆତ୍ମସାତ କରିବା.
୫. ନିଜ ଅନୁଗତ ଠିକାଦାରଙ୍କୁ କାମ ଦେଇ ଅନ୍ୟ ମାନଙ୍କୁ ଅଣଦେଖା କରିବା.
୬. ସରପଞ୍ଚ ଜଣକୁ କାମ ଦେଲା ପରେ ଜିଆରଏସ ସେହି କାମକୁ ଅନ୍ୟ ଜଣଙ୍କୁ ଦେବା.
୭. ୨o୧୬-୧୭ ରୁ ଜିଏସଟି ନମ୍ବର ଆରମ୍ଭ ହୋଇଥିଲେ ମଧ୍ୟ ଟିନ ନମ୍ବର ବୋଲି ଭୋଟର ଆଇଡେଣ୍ଡି କାର୍ଡ ନମ୍ବର ପକାଇ ଜାଲ ବିଲ କରି ସରକାରୀ ଅର୍ଥ ହରିଲୁଟ କରିବା.
ଏ ଭଳି ଅନେକ କିଛି ଅଭିଯୋଗ.

ଏଠାରେ ସୂଚନାଯୋଗ୍ୟ ଜିଆରଏସ ଯମୁନା ମାଝୀ ଙ୍କ ସ୍ୱାମୀ (ଗଦାଧର ମାଝୀ ) ଗଢ଼ାକୋଣ୍ଟା ହାଇସ୍କୁଲ ର ସରକାରୀ ଶିକ୍ଷକ. କିନ୍ତୁ ନିଜ ଶିକ୍ଷକତା ନକରି ସ୍ତ୍ରୀ ଯମୁନାଙ୍କୁ ଧରି ମୁଣ୍ଡିବେଡା ପଞ୍ଚାୟତ ର ହିସାବ ନିକାସ କରିବାରେ ପୁରା ବ୍ୟସ୍ତ |ସରକାରୀ ଯୋଜନାର ଲାଭ କେବଳ ତାଙ୍କ ପାଇଁ. ସାଧାରଣ ଲୋକ ଜବ କାର୍ଡ ନପାଇ ବାହାର ରାଜ୍ୟକୁ ଯାଇ ବନ୍ଧା ପଡୁଥିଲା ବେଳେ ଏଠି କିନ୍ତୁ ପ୍ରଶାସନ ଆଖିରେ ଧୂଳିଦେଇ ଅଳ୍ପ ଦିନରେ କୋଟିପତି ହୋଇଛନ୍ତି ଜିଆରଏସ ଯମୁନା ମାଝୀ ଓ ସ୍ୱାମୀ ଗଦାଧର ମାଝୀ. ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି ଅଳ୍ପ କିଛି ଦିନ ତଳେ ଜିଆରଏସ ଙ୍କ ସ୍ୱାମୀ ଗୋଟିଏ ହାଇୱା ଟିପର କିଣି ଭାରତମାଳା ଯୋଜନାରେ ଭଡା ଲଗାଇଛନ୍ତି |ସରପଞ୍ଚ ଓ ପଞ୍ଚାୟତବାସୀ ତୁରନ୍ତ ଏହାର ନିରପେକ୍ଷ ତଦନ୍ତ ସହ ଜିଆରଏସ ଯମୁନା ମାଝୀଙ୍କୁ ଚାକିରିରୁ ବରଖାସ୍ତ ସହ ତାଙ୍କ ସ୍ୱାମୀ ଙ୍କ ସମ୍ପତିର ଭିଜିଲାନ୍ସ ତଦନ୍ତ କରାଯାଉ ବୋଲି ଦାବି କରିଛନ୍ତି.