ବାଣପୁର- ଖୋର୍ଦ୍ଧା ଜିଲ୍ଲା ଶିକ୍ଷାଧିକାରୀ ବନ୍ଦନା ମହାପାତ୍ରଙ୍କ ଜରିଆରେ ବାଣପୁର ବ୍ଲକ ବିଇଓ ସନାତନ ଜାଲି ଉପସ୍ଥିତିରେ ବାଣପୁର ଶିକ୍ଷା ବିଭାଗ ର ସମସ୍ତ କର୍ମଚାରୀମାନେ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ଦାନ କରିଛନ୍ତି। ବାଣପୁର ବ୍ଲକର ସମସ୍ତ ଶିକ୍ଷକ ଏବଂ କର୍ମଚାରୀମାନେ ଗୋଟିଏ ଦିନର ଦରମା ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ମୋଟ୍ ୪ ଲକ୍ଷ ୫୫ ହଜାର ୯୨୮ ଟଙ୍କା ଦାନ କରିଛନ୍ତି। ଓ ଗୋଦାବରୀଶ ବିଦ୍ୟାପୀଠର ଶିକ୍ଷକମାନେ ମଧ୍ୟ ଗୋଟିଏ ଦିନର ଦରମା ୮ ହଜାର ୫୮୦ ଟଙ୍କାର ଚେକ୍ ପ୍ରଦାନ କରିଥିବାବେଳେ ସରକାରୀ ବାଳିକା ବିଦ୍ୟାଳୟର ଶିକ୍ଷକମାନେ ଗୋଟିଏ ଦିନର ଦରମା ୧୬ ହଜାର ୨୨୮ ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି।