ବାଣପୁର ଏନ୍ଏସି ରେ ବହୁ ଆଡ଼ମ୍ବରରେ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ପାଳିତ

ବାଣପୁର, ଖୋର୍ଦ୍ଧା ଜିଲ୍ଲା ବାଣପୁର ଏନ୍ଏସି ରେ ବହୁ ଆଡ଼ମ୍ବରରେ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ପ୍ରଥମେ ବାଣପୁର ଏନ୍ଏସି ପକ୍ଷରୁ ସହରରେ ରାମ୍ ଧୁନ୍ ପରିବେଷଣ ହୋଇଥିଲା । ଏହାପରେ ଅଧ୍ୟକ୍ଷ ତଥା ସମସ୍ତ କାଉନସିଲର ଙ୍କ ଦ୍ବାରା ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା , ଅଧ୍ୟକ୍ଷଙ୍କ ଦ୍ବାରା ଏନ୍ଏସି କାର୍ଯ୍ୟାଳୟ ପରିସରରେ ଜାତୀୟ ପତାକା ଉତ୍ତୋଳନ ପରେ ସ୍ଥାନୀୟ ଉପଖଣ୍ଡ ଚିକିତ୍ସାଳୟରେ ଫଳ ବଣ୍ଟନ କରାଯାଇଥିଲା। କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା ।

ଅଧ୍ୟକ୍ଷ ମିଟୁ ନାୟକ ବିଭିନ୍ନ ୨୨ ଟି ପ୍ରକଳ୍ପ ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି । ପ୍ରକଳ୍ପ ମଧ୍ୟରେ ବାଣପୁର ପ୍ରବେଶ ପଥରେ ‘ଆଇ ଲଭ୍ ବାଣପୁର ‘ସେଲ୍ଫି ପଏଣ୍ଟ , ସର୍ବସାଧାରଣ ପାଇଁ ଶୌଚାଳୟ , ମିନି ହାଇ ମାଷ୍ଟ ଲାଇଟ୍, ମିଶନ ଶକ୍ତି ଗୃହ, ଭେଣ୍ଡିଂ ଜୋନର ଭିତ୍ତି ପ୍ରସ୍ତର ସ୍ଥାପନ ହେବା ସହିତ, ଏନଏସି ଅତିଥି ଗୃହ, ପିଭର ବ୍ଲକ ରୋଡ କୁ ଅଧ୍ୟକ୍ଷ ମିଟୁ ନାୟକ ଉଦଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଏନ୍ଏସି ସମସ୍ତ କାଉନସିଲର ଓ ସାଂସଦ ପ୍ରତିନିଧି ଦାଶରଥି ସାହୁ, ବିଧାୟକ ପ୍ରତିନିଧି ବିକ୍ରମ କେଶରୀ ଜେନା, ଏନ୍ଏସି ବିଜୁ ଜନତା ଦଳ ସଭାପତି ଉମାକାନ୍ତ ଲାଠି, ପ୍ରଶାନ୍ତ ସାହୁ ଉପସ୍ଥିତ ରହିଥିଲେ ।

ପୌର ଅଧକ୍ଷ ମିଟୁ ନାୟକ ବାଣପୁର ପରିମଳ ବ୍ୟବସ୍ଥା କୁ ଆହୁରି ଅଧିକ ସ୍ୱଚ୍ଛ ସୁନ୍ଦର କରିବା ଦିଗରେ ଗୁରୁତ୍ୱ ଦେବେ ବୋଲି କହିଛନ୍ତି । ବାଣପୁର ସହର କୁ ପରିଷ୍କାର ରଖିବା , ରାସ୍ତା କଡ ରେ ବୃକ୍ଷ ରୋପଣ କରିବା , ଗୃହ ପାଳିତ ପଶୁ ଙ୍କୁ ରାସ୍ତା ଉପରକୁ ନ ଛାଡ଼ିବା, ଅଳିଆ ଆବର୍ଜନା କୁ ରାସ୍ତା ରେ ନ ପକାଇ ଡଷ୍ଟ ବିନ୍ ରେ ପକାଇବା ପାଇଁ ଗୁରୁତ୍ବ ଦେଇଛନ୍ତି । ବାଣପୁର ସହର ରେ ଆମେ ବାସ କରୁଛୁ ସେ ସହର ଆମର ଆପଣାର ତାହାର ମଙ୍ଗଳ ସାଧନ କରିବା ଏହି ପବିତ୍ର ସ୍ୱାୟତ ଶାସନ ଦିବସ ରେ ଆମ ମୂଳ ଉଦ୍ଦେଶ୍ୟ ଓ ଲକ୍ଷ୍ୟ ବୋଲି ଅଧ୍ୟକ୍ଷ ମିଟୁ ନାୟକ କହିଛନ୍ତି ।