ଗୁଣପୁର,୨୭/୮(ସିଦ୍ଧାର୍ଥ ଦାସ) – ଜିଆଇଇଟି ବିଶ୍ୱବିଦ୍ୟାଳୟ ଗୁଣୁପୁରରେ ଗତ ଦୁଇ ଦିନ ଧରି ଚାଲିଥିବା ସ୍ମାର୍ଟ ଇଣ୍ଡିଆ ହ୍ୟାକଥନ୍-୨୦୨୨ ଗ୍ରାଣ୍ଡ ଫିନାଲ ଉଦ୍ଯାପିତ ହୋଇଯାଇଛି । ଏହି ଅଵସରରେ ମୁଖ୍ୟ ଅତିଥି ଭାବେ ରାୟଗଡା ଜିଲା ଟିକିରୀ ସ୍ତିତ ଉତ୍କଳ ଆଲୁମିନା ଇଣ୍ଟରନାସନାଲ ଲିମିଟେଡ଼ ର ସଭାପତି ମଜ଼ହାର ବେଇଙ୍ଗୀ ଆଭାସୀ ମାଧ୍ୟମରେ ଯୋଗଦେଇ ବର୍ତ୍ତମାନର ପ୍ରତିଯୋଗିତା ମୂଳକ ସମାଜରେ ନିଜେ ଜଣେ ଉଦ୍ୟୋଗପତି ଭାବେ ନିଜକୁ ପ୍ରସ୍ତୁତି କରିବା ପାଇଁ ଆଗଭର ହେବା ପାଇଁ ଆହ୍ୱାନ ଦେଇଥିଲେ । ଜିଆଇଇଟି ବିଶ୍ୱବିଦ୍ୟାଳୟର ଉପ-ସଭାପତି ଡଃ ଚନ୍ଦ୍ରଧ୍ୱଜ ପଣ୍ଡା ଯୋଗଦେଇ ପ୍ରତିଯୋଗୀମାନଙ୍କୁ ନିଜ ଉପରେ ଗଭୀର ବିଶ୍ୱାସ ରଖି ଆଗକୁ ବଡିବା ପାଇଁ ଉପଦେଶ ଦେଇଥିଲେ । ସ୍ୱତନ୍ତ୍ର ଅତିଥି ଭାବେ ଭାରତୀୟ ପ୍ରଶାସନିକ ସେବା ଅନୁଷ୍ଠାନର ପୂର୍ବତନ ପ୍ରାଧ୍ୟାପକ ଡ଼ ସୁଜିତ ପ୍ରୂସେଟ ଯୋଗ ଦେଇ ଭାରତର ସଂସୃତି ଓ ପରମ୍ପରାରୁ ଅନେକ ଶିଖିବା ରହିଛି । ଏହା ସହ ଭାରତର ସ୍ୱାଧୀନତାର ୧୦୦ ବର୍ଷର ବୈଷୟିକ ଜ୍ଞାନ ଛାତ୍ରଛାତ୍ରୀ ମାନଙ୍କ ଅବଦାନ ବିଷୟରେ କହିଥିଲେ ।
ବିଶ୍ଵବିଦ୍ୟାଳୟରେ ମହାନିର୍ଦ୍ଦେଶକ ଡଃ ଜଗଦିଶ ପଣ୍ଡା ଯୋଗ ଦେଇ ପ୍ରତିଯୋଗିତାରେ ହାର କିମ୍ବା ଜିତା ନଥାଏ ଏବଂ ପ୍ରତିଯୋଗିତାରେ ଭାଗ ନେଇଥିବା ପ୍ରତ୍ୟେକ ଛାତ୍ରଛାତ୍ରୀ ଜିତିବା ସହ ସମାନ ବୋଲି କହିଥିଲେ । ଏହି ଅବସରରେ ନୋଡାଲ ସେଣ୍ଟର ମୁଖ୍ୟ ଦେବାଙ୍ଗ ଦେବେ ଯୋଗ ଦେଇ ଆଗାମୀ ଭବିଷ୍ୟତ ବର୍ତ୍ତମାନର ଛାତ୍ରଛାତ୍ରୀ ମାନଙ୍କ ଉପରେ ନିଭର କରୁଛି । ଛାତ୍ରଛାତ୍ରୀ ମାନେ ଚାକିରୀ କରିବା ମନୋଭାବ ଛାଡି ଚାକିରୀ ଦେବା ପାଇଁ କାର୍ଯ୍ୟ କରିବା ପାଇଁ ଉପଦେଶ ଦେଇଥିଲେ । କୂଳପତି ଡଃ ଗୌତମ ଘୋଷ ଯୋଗ ଦେଇ ଏହି ଭଳି କାର୍ଯ୍ୟକ୍ରମରେ ଅଧିକରୁ ଅଧିକ ଛାତ୍ରଛାତ୍ରୀମାନେ ଅଂଶ ଗ୍ରହଣ କରି ନିଜ ନିଜ ପ୍ରତିଭା ଏହା ଏକ ଠିକ ମଞ୍ଚ ତେଣୁ ଏହାର ସୁଯୋଗ ନେବା ସହ ଦେଶ ପାଇଁ କିଛି ନୂଆ କରିବା ପାଇଁ କହିଥିଲେ । ବିଶ୍ଵବିଦ୍ୟାଳୟର ନୋଡାଲ ସେଣ୍ଟର ଇନଚାର୍ଜ ଡଃ ଶୁଭ୍ରଜିତ ପ୍ରଧାନ ସ୍ୱାଗତ ଭାଷଣ ଦେଇଥିଲେ । ରେଜିଷ୍ଟ୍ରାର ଡଃ ଏନ ଭି ଜଗନ୍ନାଥ ରାଓ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ପ୍ରମୁଖ ଅଗ୍ରଣୀ ବୈଷୟିକ ଅନୁଷ୍ଠାନରୁ ୨୦୯ ଜଣ ପ୍ରତିଯୋଗୀକୁ ନେଇ ୩୧ ଟିମ ସହ ୩୭ ଜଣ ମେଣ୍ଟର ଯୋଗ ଦେଇଥିଲେ ଏବଂ ସେମାନେ ମନ୍ତ୍ରାଳୟ ଏବଂ ଶିଳ୍ପଗୁଡିକର ବିଭିନ ୬ ଗୋଟି ବୈଷୟିକ ସମସ୍ୟାର ସମାଧାନ କରିଥଲେ ।
ଏଥି ମଧ୍ୟରୁ ୬ଗୋଟି ବୈଷୟିକ ସମସ୍ୟାର ସମାଧାନ କରିଥିବା ଓ ଉତ୍ତମ ପ୍ରଦର୍ଶନ କରିଥବା ଦଳ ଯଥା ମଧ୍ୟପ୍ରଦେଶର ଲକ୍ଷ୍ମୀ ନାରାୟଣୀ ମହାବିଦ୍ୟାଳୟ ,ତାମିଲନାଡୁ ର ଶ୍ରୀ ସାଇ ରାମ ଇଂଜିନିୟରିଂ ମହାବିଦ୍ୟାଳୟ , ଉତ୍ତରପ୍ରଦେଶର ହାରକୋର୍ଟ ବୁଟଲେର ବିଶ୍ଵବିଦ୍ୟାଳୟ , ତେଲେଙ୍ଗାନାର କମଳା ଇନ୍ଷ୍ଟିଟ୍ୟୁଟ ଅଫ ଟେକ୍ନୋଲୋଜି ଆଣ୍ଡ ସାଇନ୍ସ ପ୍ରମୁଖ ଅନୁଷ୍ଠାନ ର ଦଳକୁ ଏକ ଲକ୍ଷ ଟଙ୍କାର ଚେକ ପ୍ରଦାନ କରାଯାଇଥିବା ବେଳେ ମହାରାଷ୍ଟ୍ର ର ସି .ଏସ .ଏମ. ଏସ.ଏସ ମହାବିଦ୍ୟାଳୟ ଓ କର୍ଣ୍ଣାଟକ ର ଅମ୍ରିତା ସ୍କୁଲ ଅଫ ଆର୍ଟ୍ସ ଆଣ୍ଡ ସାଇନ୍ସ ମହାବିଦ୍ୟାଳୟ ଏବଂ କେରଳ ର କେରଳ ବିଶ୍ଵବିଦ୍ୟାଳୟ ଡିଜିଟାଲ ସାଇନ୍ସ ଇନୋଭେସନ ଆଣ୍ଡ ଟେକ୍ନୋଲୋଜି ଓ ଆନ୍ଧ୍ର ପ୍ରଦେଶର କେ ଏଲ ବିଶ୍ଵବିଦ୍ୟାଳୟ ,ଗୁଣ୍ତୁରୁ ର ଅନୁଷ୍ଠାନ କୁ ମିଳିତ ଭାବେ ଏକ ଲକ୍ଷ ଟଙ୍କାର ଚେକ ଉପସ୍ଥିତ ଅତିଥି ମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମ ଶେଷରେ ଜାତୀୟ ସଂଗୀତ ଗାନ କରାଯାଇଥିଲା ।