ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାରେ ଆଜି ବଜ୍ରପାତରେ ୩ ଜଣଙ୍କର ଜୀବନ ଯାଇଛି। ଜଣେ ଗୁରୁତର ଆହତ ହୋଇଥିବା ଜଣାପଡିଛି। ବୁଗୁଡ଼ା ଥାନା ଅନ୍ତର୍ଗତ ତାକରଡ଼ା ପଂଚାୟତର ବାଘୁଆ ଡ଼େଙ୍ଗାବାଡି ଗାଁରେ ବଜ୍ରପାତରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକ ଦୁଇ ଜଣ ଏହି ଗାଁର ସନ୍ତୋଷ ଗୌଡ଼ ଓ ନୀଳାଞ୍ଚଳ ଅଲଟିଆ। ବଳରାମ ଗୌଡ଼ ଆହତ ହୋଇଛନ୍ତି।
ଖବର ଅନୁଯାୟୀ ସନ୍ତୋଷ ଗୌଡ଼ କିଛିଦିନ ତଳେ ସୁରତରୁ ଫେରି ସଙ୍ଗରୋଧ କେନ୍ଦ୍ରରେ ରହିଥିଲେ। ତାଙ୍କର ନମୁନା ନେଗେଟିଭ ଆସିବା ପରେ ଘରକୁ ଫେରିଥିଲେ। କିନ୍ତୁ ଆଜି ବଜ୍ରାଘାତରେ ତାଙ୍କର ପ୍ରାଣ ଯାଇଛି। ସେହିପରି ଚିକିଟିର କୁମ୍ଭକାର ସାହିରେ ଭାସ୍କର ବେହେରାଙ୍କ ଝିଅ ନନ୍ଦିନୀ ବେହେରା ବଜ୍ରପାତ ଆଘାତରେ ପ୍ରାଣ ହରାଇଛନ୍ତି।