କଙ୍କଡ଼ାହାଡ଼,୧୨/୦୭(ଶୁଭମ ପାଣି): କଙ୍କଡ଼ାହାଡ଼ ବ୍ଲକ ଘାଗରାମୁଣ୍ଡା ସେବାଶ୍ରମ ବିଦ୍ୟାଳୟ ଠାରେ ଶିକ୍ଷକ ଓ ଅଭିଭାବକ ସମ୍ମିଳନୀ ଶିକ୍ଷା କମିଟି ର ଅଧ୍ୟକ୍ଷ ଶିବାରମ ସାହୁ ଅଧ୍ୟକ୍ଷତାରେ ରେ ଅନୁଷ୍ଠିତ ହୋଇଯାଇଥିଲା। ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ଜ଼ିଲ୍ଲାପରିଷଦ ସଦସ୍ୟ ନବକିଶୋର ସାହୁ ,ସଂମାନୀତ ଅତିଥି ଭାବେ ସରପଞ୍ଚ ରଞ୍ଜିତା ନାଏକ,ସମିତି ସଭ୍ୟା ପଦ୍ମିନୀ ବେହେରା, ଅବସର ପ୍ରାପ୍ତ ସେକ୍ସନ ଅଫିସର ତୈଲୋକ୍ୟ ପ୍ରଧାନ, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ରବିନାରାୟଣ ପ୍ରଧାନ,ଘାଗରାମୁଣ୍ଡା ଗ୍ରାମ ସଭାପତି ଅମାନତ ସାହୁ ଯୋଗ ଦେଇଥିଲେ । ବିଦ୍ୟାଳୟର ରେ ପଢ଼ୁଥିବା ଛାତ୍ରଛାତ୍ରୀ ମାନଙ୍କ ଅଭିଭାବକ ଏବଂ ବିଦ୍ୟାଳୟ କମିଟି ର ସମସ୍ତ ସଦସ୍ୟ ଉପସ୍ଥିତ ରହି ବିଦ୍ୟାଳୟର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା ।୫ଟି ଶ୍ରେଣୀରେ ପଢ଼ୁଥିବା ୧୭୫ ଜଣ ଛାତ୍ରଛାତ୍ରୀ ଙ୍କୁ ୩ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଶିକ୍ଷାଦାନ କରୁଥିବାରୁ ଶିକ୍ଷାଦାନ ରେ ବାଧା ସୃଷ୍ଟି ହେଉଥିବାରୁ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଅଛି ।ଏହା ଏକ ଆବାସିକ ସେବାଶ୍ରମ ବିଦ୍ୟାଲୟ ହେଇଥିବାରୁ ଆଦିବାସୀ ଛାତ୍ରଛାତ୍ରୀମାନେ ରହି ଶିକ୍ଷାଦାନ କରୁଛନ୍ତି ।ବିଭିନ୍ନ ବିଭାଗରେ ପ୍ରତିଯୋଗିତାରେ କୃତକାର୍ଯ୍ୟ ହେଇଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ ।ଶେଷରେ ପ୍ରଧାନଶିକ୍ଷକ ତୀର୍ଥବାସୀ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ବିଦ୍ୟାଳୟରେ ନୂତନ ଶିକ୍ଷକ ନିଯୁକ୍ତି ପାଇଁ ଅଭିଭାବକ ମାନେ ଜିଲ୍ଲା ମଙ୍ଗଳ ଙ୍କୁ ନିବେଦନ କରିଛନ୍ତି ।