କନ୍ଧମାଳ ଜ଼ିଲ୍ଲା ରେ କଳାକାର ଚୟନ ପ୍ରକ୍ରିୟା ଶେଷ

ବାଲିଗୁଡା,୦୮/୦୭,(ସଞ୍ଜୟ କୁମାର ପାଣିଗ୍ରାହୀ): ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ କନ୍ଧମାଳ ଜ଼ିଲ୍ଲା ରେ କଳାକାର ଚୟନ ପ୍ରକ୍ରିୟା ଶେଷ ହୋଇଛି l ପୂର୍ବରୁ ଲୋକକଳା ଦଳ ଇ-ରେଜିଷ୍ଟେସନ ମାଧ୍ୟମ ରେ ପଞ୍ଜିକରଣ କରିଥିଲେ l ଫୁଲବାଣୀ ଗାନ୍ଧୀ ସ୍ମୁତି ଭବନ ରେ ଆୟୋଜିତ ଦୁଇ ଦିନିଆ ଅଡିସନ ରେ ସମୁଦାୟ ୩୪ ଟି ଲୋକ ସଂସ୍କୃତି ଦଳ ଅଂଶ ଗ୍ରହଣ କରି ନିଜ ନିଜର କଳା ନପୂଣ୍ୟ ପ୍ରଦର୍ଶନ କରିଥିଲେ l ଅଡିସନ ରେ ଆଦିବାସୀ ନୃତ୍ୟ ଡାକୁଲ ନୃତ୍ୟ, ପାଲା, ଦାସ କାଠିଆ, ରାଧା ପ୍ରେମଲୀଳା, କୀର୍ତ୍ତନ ସଚେତନ ଆଦି ନାଟକ ସ୍ଥାନ ପାଇଥିଲା l

ଜ଼ିଲ୍ଲା ସଂସ୍କୃତି ଅଧିକାରୀ ଅକ୍ଷୟ କୁମାର ସେଠୀ ଏବଂ ଜ଼ିଲ୍ଲା କଳା ସଂସ୍କୃତି ସଂଘ ର ଉପ ସଭାପତି ଅକ୍ଷୟ କୁମାର କର୍ଣ୍ଣ ସଫଳ ଭାବେ କାର୍ଯ୍ୟକ୍ରମକୁ ଆୟୋଜିତ କରିଥିଲେ l ବିଚାରକ ଭାବେ କୁଇ ସଂସ୍କୃତି ଗବେଷକ ପ୍ରଦୀପ କୁମାର କହଁର,ମହେଶ୍ୱର ପ୍ରଧାନ, ଶରତ ଚନ୍ଦ୍ର ପଟ୍ଟନାୟକ ପ୍ରମୁଖ ଥିବା ବେଳେ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ରମେଶ ଚନ୍ଦ୍ର ସାହୁ l କନ୍ଧମାଳ ଜିଲ୍ଲାର ପାରମ୍ପରିକ ଲୋକ କଳା ସଂସ୍କୃତି ସଂଘ ର ଡାକୁଲ ନୃତ୍ୟ ଦର୍ଶକ ଓ ବିଚାରକ ଙ୍କ ମନକୁ ମୋହିତ କରିପାରିଥିଲା l