ବାଣପୁରରେ ହିନ୍ଦୁ ମୁସଲମାନ ସମ୍ପ୍ରଦାୟ ମିଶି ପାଳିଲେ ଇଫତାର ପାର୍ଟି, ବାଣ୍ଟିଲେ ଭାଇଚାରାର ବାର୍ତ୍ତା

ବାଣପୁର, (ନିଲେଶ୍ କୁମାର ବରାଳଙ୍କ ରିପୋର୍ଟ) ବାଣପୁର ସହର ହିନ୍ଦୁ ମୁସଲିମ ସମସ୍ତ ସମ୍ପ୍ରଦାୟକୁ ନେଇ ଭାଇଚାରାର ଜ୍ୱଳନ୍ତ ଉଦାହରଣ ସାରା ଓଡ଼ିଶା ବାସୀଙ୍କୁ ଦେଇ ଆସୁଛି। ସବୁ ବର୍ଷ ପରି ଏ ବର୍ଷ ମଧ୍ୟ ଏହାର ଏକ ଜ୍ୱଳନ୍ତ ଉଦାହରଣ ବାଣପୁର ବଡହନ୍ତୁଆଡ ମସଜିଦ ଠାରେ ଦେଖିବାକୁ ମିଳିଥିଲା । ପ୍ରକାଶ ଥାଉ କି ମୁସଲମାନ ସମ୍ପ୍ରଦାୟର ବ୍ୟକ୍ତି ମାନଙ୍କର ପବିତ୍ର ମାସ ରମଜାନ ମାସ ହୋଇଥାଏ ଏହି ମାସରେ ରୋଜା ରଖନ୍ତି ଅର୍ଥାତ୍ ଉପବାସ ରେ ରୁହନ୍ତି ।

ସବୁ ବର୍ଷ ପରି ଏ ବର୍ଷ ମଧ୍ୟ ବଡହନ୍ତୁଆଡ ମୁସଲିମ ଗ୍ରାମ୍ୟ କମିଟି ତରଫରୁ ଏକ ଇଫତାର ପାର୍ଟିର ଆୟୋଜନ ହୋଇଥିଲା ଏହି ଇଫତାର ପାର୍ଟି ରେ ବାଣପୁର ପୌରଧକ୍ଷ ମିଟୁ ନାୟକ, ପୂର୍ବତନ ଉପନଗର ପାଳ ତଥା ସାଂସଦ ପ୍ରତିନିଧି ଦାଶରଥି ସାହୁ, ୱାର୍ଡ ନମ୍ବର ୦୯ ର କାଉନସିଲର ତଥା ସମୀମ ଉଦ୍ଦିନ ଖାନ (ବୁଦ୍ଧିଆ) ସମେତ ସତ୍ୟ ଜେନା, ହୃଷୀକେଶ ନାୟକ, କେଦାର ଜେନା, ଲୋକା ପ୍ରଧାନ, ବାଇଦା ପ୍ରଧାନ, ସଞ୍ଜୟ ପ୍ରଧାନ, ଉମାକାନ୍ତ ସାଶମଲ, ମଙ୍ଗୁଳି ଦାସ, ବଖାରି ପ୍ରଧାନ, ବ୍ରଜକିଶୋର ନାୟକ, ସାନ୍ତୁନୁ ପଟ୍ଟନାୟକ, ନାରାୟଣ ଦାସ, ରବା ପ୍ରଧାନ, ନିରଞ୍ଜନ ଜେନା, ଅଜୟ କୁମାର ଦାସ, ସମେତ ବହୁ ମାନ୍ୟଗଣ ବ୍ୟକ୍ତି ମାନେ ଯୋଗ ଦେଇଥିଲେ । ପରିଚାଳନା କମିଟି ସଦସ୍ୟ ମାନେ ବନ୍ଧୁ ମାନଙ୍କୁ ସ୍ଵାଗତ କରିଥିଲେ ସମସ୍ତ ବନ୍ଧୁ ମାନେ ଇଫତାର ପାର୍ଟି ର ଆନନ୍ଦ ନେଇଥିବା ଦେଖିବାକୁ ମିଳିଥିଲା । ଗ୍ରାମ୍ୟ କମିଟିର ସଦସ୍ୟ ସଲିମ୍ ମିର୍ଜା, ଶେଖ୍ ଜାନୁ, ଅବଦୁଲ ମନାନ , ସେଖ ଅନସର୍, ମୋହି ମିର୍ଜା, ହଲିମ୍ ଖାନ ସମେତ ଗ୍ରାମ ର ସମସ୍ତ ବ୍ୟକ୍ତି ଉପସ୍ଥିତ ଥିଲେ ।