ବାଲିଗୁଡା,୧୯/୦୧(ସଞ୍ଜୟ କୁମାର ପାଣିଗ୍ରାହୀ):ପଞ୍ଚାୟତ ନିର୍ବାଚନ ପାଇଁ ତୃଣମୂଳ ରାଜନୀତି ଦିନକୁ ଦିନ ଉଷ୍ମ ହେବାରେ ଲାଗିଛି |ଶାସକ ଦଳ ବିଜେଡି ଦଳ କିନ୍ତୁ ନାମାଙ୍କନ ପାଇଁ ଆଗରେ | ବୁଧବାର ନାମାଙ୍କନ ର ତୃତୀୟ ଦିନରେ ଟିକାବାଲି ବ୍ଲକ ର ଦୁଇଟି ଜୋନ ପାଇଁ ଶାସକ ଦଳ ବିଜେଡି ଦଳ ତରଫରୁ ର ୭ ନଂ ଜୋନ ପାଇଁ ଜିଲ୍ଲା ପରିଷଦ ପ୍ରାର୍ଥୀ ଭାବେ ରୁଦାଙ୍ଗିଆ ଗ୍ରାମର ତଥା ଗଦଗୁଡା ପଞ୍ଚାୟତ ର ପୂର୍ବତନ ସରପଞ୍ଚ ସାଧବାଣୀ ନାୟକ, ଓ ୮ ନଂ ଜୋନ ପାଇଁ ବିଜେଡି ଦଳ ତରଫରୁ କଇଁଝର ଗ୍ରାମ ପଞ୍ଚାୟତ ର ନମିତା କହଁର ବାଲିଗୁଡା ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଠାରେ ନାମାଙ୍କନ ପତ୍ର ଦାଖଲ କରିଥିବା ସୂଚନା ମିଳିଛି |ଏଣେ ଏହି ପଞ୍ଚାୟତ ନିର୍ବାଚନ ପାଇଁ ଜାତୀୟ ଦଳ କଂଗ୍ରେସ ପ୍ରାର୍ଥୀ ଚୟନ ରେ ଆଗରେ ଥିଲେ ମଧ୍ୟ ନାମାଙ୍କନ ରେ ପଛରେ ଥିବାର ଜଣାପଡୁଛି | ସେହିପରି କେନ୍ଦ୍ରରେ ଶାସନ ଭାର ତୁଲାଉଥିବା ଜାତୀୟ ବିଜେପି ଦଳ ପ୍ରାର୍ଥୀ ଚୟନ ଓ ନାମାଙ୍କନ ରେ ମଧ୍ୟ ପଛରେ ଥିବା ଦେଖିବାକୁ ମିଳୁଛି |ଏପଟେ ତୃତୀୟ ଦିନରେ ଟିକାବାଲି ବ୍ଲକ ଓ ବ୍ଲକ ର ବିଭିନ୍ନ ପଞ୍ଚାୟତ ରେ ୱାର୍ଡ ମେମ୍ବର ପାଇଁ ୨୬ଟି ସରପଞ୍ଚ ପାଇଁ ୨୦ଟି ଓ ୮ଟି ସମିତି ସଭ୍ୟ/ସଭ୍ୟା ପାଇଁ ନାମାଙ୍କନ ପତ୍ର ପଡିଥିବାର ଟିକାବାଲି ବ୍ଲକ ଗ୍ରାମ ପଞ୍ଚାୟତ ଅଫିସର ସୂଚନା ଦେଇଛନ୍ତି |