ପରିବେଶ ଓ ଜଙ୍ଗଲ ନିଆଁ ପ୍ରତିକାର ସଚେତନତା ଶିବିର

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ବନଖଣ୍ଡ ଅଧୀନ କୋଟଗଡ଼ ବନାଞ୍ଚଳ ତରଫରୁ ପରିବେଶ ସୁରକ୍ଷା ଓ ଜଙ୍ଗଲ ନିଆଁ ପ୍ରତିକାର ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଜଙ୍ଗଲ କୁ କେମିତି ଭାବରେ ନିଆଁ ଦାଉରୁ ରକ୍ଷା କରିବା ଓ ପୋଡ଼ୁ ଚାଷ ଜଙ୍ଗଲ ସୁରକ୍ଷା ସହିତ ବନ୍ୟପ୍ରାଣୀ ସୁରକ୍ଷିତ ରହିବେ ସେଥିପାଇଁ ସଚେତନ କରାଇଥିଲେ । ଏହି ସଚେତନ ଶିବିର କୋଟଗଡ଼ ବନବିଭାଗ ରେଞ୍ଜର ଅଧିକାରୀ ସୂର୍ଯ୍ୟକାନ୍ତ ବେହେରା ଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା। ଏହି ସଚେତନତା ଶିବିର କୁ ବିଭିନ୍ନ ପଞ୍ଚାୟତ ରୁ ସରପଞ୍ଚ ,ନାଏବ ସରପଞ୍ଚ ଓ ୱାଡ଼ ମେମ୍ବର ଯୋଗଦେଇଥିଲେ ।

ବନ ବିଭାଗ ପକ୍ଷରୁ ଜନ ସାଧାରଣ ଙ୍କୁ ସଚେତନ କରାଇବା ସହ ପୋଡ଼ୁ ଚାଷ ରୁ ବାହାରି କେମିତି ଫଳ,ପନି ପରିବା ଚାଷକରି ପାରିବେ ସେଥି ପାଇଁ ସରକାରୀ ବିଭାଗ ସହଯୋଗ କରିବ ।ସଚେତନ ସହ ଜଙ୍ଗଲରେ ନିଆଁ ନ ଲଗାଇବା ପାଇଁ ଓ ଜଙ୍ଗଲ ସୁରକ୍ଷା କରିବାକୁ ଶପଥ ପାଠ କରାଇଥିଲେ । ଏହି କାର୍ଯ୍ୟକ୍ରମ କୁ ବନ ପାଳ ପ୍ରଭାତ କୁମାର ଦୋରା ସଞ୍ଚାଳନ କରିଥିଲେ |କେନ୍ଦୁ ପତ୍ର ରେଞ୍ଜର ସୁଜିତ କୁମାର ସାମଲ, ଷ୍ଟେସନ ଅଧିକାରୀ ଅଗ୍ନିଶମ ବିଭାଗ ତରଫରୁ ଭୀମସେନ ବେହେରା , ସାଂସଦ ପ୍ରତିନିଧି ମନୋଜ କୁମାର ସାବତ , ସୁରୁଦା ପ୍ରଧାନ ବିଧାୟକ ପ୍ରତିନିଧି ଆଦି ଉପସ୍ଥିତ ରହି ପରିବେଶ ସୁରକ୍ଷା,ଜଳବାୟୁ ପରିବର୍ତନ ଓ ଜଙ୍ଗଲ ସୁରକ୍ଷା ସମ୍ପର୍କ ରେ ଜନ ପ୍ରତିନିଧି ମାନଙ୍କୁ ଅବଗତ କରିଥିଲେ ।