ଗୁଣପୁର – ( ସିଦ୍ଧାର୍ଥ ଦାଶ ଙ୍କ ରିପୋର୍ଟ ) – ଶିଶୁ ଅଧିକାର ର ସୁରକ୍ଷା ନେଇ ସମଗ୍ର ଓଡିଶାରେ ବିଭିନ୍ନ ଜିଲ୍ଲା କୁ ଏକ ମାସ କାଳୀନ ବୁଲିବା କୁ ଥିବା ଏହି ସଚେତନ ରଥ ଆଜି ରାୟଗଡା ଜିଲ୍ଲା ର ଗୁଣପୁର ବ୍ଲକ ନରସିଂହମୁଣ୍ଡା ଠାରେ ପହଂଚି ଥିଲା ସେଠାରେ ଥିବା ଅଙ୍ଗନବାଡ଼ି କେନ୍ଦ୍ର ନିକଟରେ ଅଙ୍ଗନବାଡ଼ି ର ସୁପର ଭାଇକର, କର୍ମୀ ଓ ଗ୍ରାମ ବାସୀ ମାନେ ହୁଳ ହୁଲି ଦେଇ ପୁଷ୍ପା ଗୁଛ ଓ ଚନ୍ଦନ ଟୀକା ଲଗାଇ ସ୍ୱାଗତ କରିଥିଲେ । ଏହି ଅବସରରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରମେଶଚନ୍ଦ୍ର ନାୟକ, ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀଶିନୀବାସ ଆଚାରୀ, ଗୁଣପୁର ସିଡିପିଓ କାର୍ଣ୍ଣା ମୁର୍ମୁ, ଆକ୍ସନ ଏଡ ର ବାଲ୍ୟ ବିବାହ ନିଷେଧ ଜିଲ୍ଲା ପରାମର୍ଶଦାତା ରତ୍ନେଶ୍ବର ସାହୁ, ସ୍ୱେଚ୍ଛାସେବୀ ଉମା ଶଙ୍କର ଦାଶ ପ୍ରମୁଖ ଉପସ୍ଥିତ ଥିଲେ । ଏହି ରଥ ଆସନ୍ତା କାଲି ପୁଟା ସିଂ ଓ କୁଜେନ୍ଦ୍ରୀ ର ଆବାସିକ ଛାତ୍ର ଛାତ୍ରୀ ମାନଙ୍କୁ ସଚେତନତା କରିବା ସହ ଲାଞ୍ଜିଆ ସୌରା ଆଦିବାସୀ ସମ୍ପ୍ରଦାୟ ମାନଙ୍କ ମଧ୍ୟରେ ସ୍ୱତନ୍ତ୍ର ସଚେତନତା କରି କୋରାପୁଟ ଅଭିମୁଖେ ଗତି କରିବ ।