ରାଜଗାଙ୍ଗପୁର ସହରରେ ଛଟ୍ ପୂଜା ପାଳିତ

ରାଜଗାଙ୍ଗପୁର, (ମନୋଜ ଭୋଳଙ୍କ ରିପୋର୍ଟ) :-ରାଜଗାଙ୍ଗପୁର ସହର ରେ ପ୍ରତେକ ବର୍ଷ ଧୁମ ଧାମ ରେ ଛଟ୍ ପୂଜା ପାଳିତ ହୁଏ | ଏହି ପର୍ବ ରେ ରାଜଗାଙ୍ଗପୁର ସହର ର କୁଣ୍ଡୁ ତଲାଵ ,ବାବା ତଲାଵ , ଲିପଲୋଇ ଠାରେ ଯାକ ଜକମ ରେ ଛଟ୍ ପୂଜା ପାଳିତ ହୋଇଥାଏ | ହେଲେ ଗତ ଦୁଇବର୍ଷ ହେବ ଏହି ପର୍ବ କୋରଣା ମହାମାରୀ ଯୋଗୁଁ ଫିକା ପଡିଥିବା ବେଳେ ଏ ବର୍ଷ ଖୁବ କମ ସଂଖ୍ୟକ ଭକ୍ତ ଙ୍କୁ ନେଇ ପାଳିତ ହୋଇ ଥିବା ଦେଖିବାକୁ ମିଳିଛି | ଆଜି ରାଜଗାଙ୍ଗପୁର ସହର ସ୍ଥିତ ବାବା ତଲାଵ ,ଲିପଲୋଇ ଓ ଅନ୍ୟାନ୍ୟ ସ୍ଥାନ ମାନଙ୍କ ରେ ଭକ୍ତ ମାନେ ଛଟ୍ ପୂଜା ପାଳନ କରିଥିଲେ | ଏହି ପର୍ବ ରେ ଆଜି ସନ୍ଧ୍ୟା ସମୟ ରେ ବ୍ରତଧାରୀ ମାନେ ଘାଟ କୁ ଯାଇ ସ୍ବର୍ଯ୍ୟ ଦେବ ଙ୍କୁ ଅର୍ଘ୍ୟ ଅର୍ପଣ କରିବା ସହ ରୀତି ନୀତି ଅନୁଯାଇ ପୂଜାର୍ଚନା କରିଥିବା ଜଣାପଡିଛି | କାଳି ସଖାଳେ ବ୍ରତ ଧାରୀ ମାନେ ସ୍ବର୍ଯ୍ୟ ଙ୍କୁ ଅର୍ଘ୍ୟ ଅର୍ପଣ କରିବା ପରେ ନିଜର ବ୍ରତ କୁ ସମ୍ପନ କରିବେ | ପ୍ରତେକ ବର୍ଷ ଏହି ଅବସର ରେ ଛଟ୍ ଘାଟ ମାନଙ୍କ ରେ ବହୁ ଭକ୍ତ ଙ୍କ ଭିଡ଼ ଲାଗିବା ସହ ଏହି ପର୍ବ ପାଳିତ ହୁଏ | ହେଲେ ଏ ବର୍ଷ ଭକ୍ତ ଙ୍କ ସେଭଳି ଭିଡ଼ ଦେଖିବାକୁ ମିଳିନଥିଲା | ଠିକ ସେହି ପରି ସହର ର ବାବା ତଲାଵ ରେ ମଧ୍ୟ ସେଭଳି ଭକ୍ତ ଙ୍କ ଭିଡ଼ ସାମାନ୍ୟ ରହିଥିଲା |