ପାରଳାଖେମୁଣ୍ଡି, ଗୁଣପୁର ଓ ପାରଳାଖେମୁଣ୍ଡି କୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ର ପାରଳାଖେମୁଣ୍ଡି ଠାରୁ ୨୦୦ ମିଟର ଦୂରରେ ଥିବା ରାଜ୍ୟ ପଣ୍ୟାଗାର ନିକଟରେ ବର୍ଷା ପାଣି ଜମିରହି କୃତିମ ପୋଖରୀ ସୃଷ୍ଟି କରିଛି । ଫଳରେ ଏହି ରାସ୍ତାଦେଇ ଯାତାୟାତ କରୁଥିବା ଜନତା ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏନେଇ ସ୍ଥାନୀୟ ଜନସାଧାରଣ ପୂର୍ତ୍ତ ବିଭାଗ ବିଭାଗୀୟ ଅଧିକାରୀ , ରାସ୍ତା ଓ କୋଠା ବାଡି ବିଭାଗୀୟ ଅଧିକାରୀ ଓ ପୋୖର ପରିଷଦ ଅଧିକାରୀ ଙ୍କୁ ଦୀର୍ଘ ୨ବର୍ଷ ହେଲା ଅଭିଯୋଗ କରି ଆସୁଥିଲେ ସୁଦ୍ଧା କୌଣସି ପ୍ରକାର ପଦକ୍ଷେପ ଗ୍ରହଣ କରିନଥିବାରୁ ଏହାକୁ ନେଇ ଅସନ୍ତୋଷ ଦେଖାଦେଇଛି ।
ପ୍ରତିକାର ସ୍ୱରୂପ ଏହି ରାସ୍ତା ମରାମତି କରାଯାଇ ଏଠାରୁ ଏହି କୃତ୍ରିମ ପୋଖରୀ କୁ ହଟା ନଗଲେ ଜନ ଅସନ୍ତୋଷ ଆନ୍ଦୋଳନର ଦାନା ବାନ୍ଧିବ ବୋଲି ମତପ୍ରକାଶ ପାଇଛି । ଯଥା ଶୀଘ୍ର ରାସ୍ତା ମରାମତି କରିବା ଦିଗରେ ପଦକ୍ଷେପ ଗ୍ରହଣ କରିବା ପାଇଁ ଗଜପତି ଜିଲ୍ଲା ବିକାଶ ପରିଷଦ ପକ୍ଷରୁ ଜିଲ୍ଲା ପ୍ରଶାସନ ର ଦୃଷ୍ଟି ଆକର୍ଷଣ କରାଯାଇଛି ।