ରାଜଗାଙ୍ଗପୁର, (ମନୋଜ ଭୋଳଙ୍କ ରିପୋର୍ଟ), ଦିନ ଥିଲା ଆଖପାଖ ଅଞ୍ଚଳ ର ଲୋକଙ୍କ ଏଠାରେ ମା ଜଗତ ଜନନୀ ମା ଦୁର୍ଗା ଙ୍କ ପୁଜା ଦେଖିବାକୁ ଲୋକଙ୍କ ଲାଗୁଥିଲା ଭିଡ଼। ହେଲେ କୋରୋନା ମହାମାରୀ ଯୋଗୁଁ ଗତ ଦୁଇ ବର୍ଷ ହେବ ସବୁ ପର୍ବପର୍ବାଣୀ ଫିକା ପଡିଥିବା ବେଳେ ଏ ବର୍ଷ କୋଭିଡ କଟକଣା ନିୟମ କୁ ମାନି ରାଜଗାଙ୍ଗପୁର ସହର ରେପାଳିତ ହୋଇଛି ଦୁର୍ଗାପୂଜା। ସୂଚନା ଅନୁଯାୟୀ ରାଜଗାଙ୍ଗପୁର ସହର ବିଭିନ୍ନସ୍ଥାନରେ ପେଣ୍ଡାଲ ନିର୍ମାଣ ଓ ମା ଙ୍କ ବିରାଟ କାୟ ମୃତ୍ତି ଦର୍ଶନ କରିବାକୁ ଲୋକଙ୍କ ଏଠାରେ ଭିଡ଼ ଲାଗିଥାଏ । ଏହା ସାଜ ସଜ୍ଜା ରେ ଏଠାରେ ଦୁର୍ଗା ପୂଜା ର ଆକର୍ଷଣ ଭକ୍ତ ଙ୍କ ମନ ମୋହି ଥାଏ । ଏହା ସହ ସହର ଲିପଲୋଇ ସ୍ଥିତ ସମଳେଈଶ୍ୱରୀ ମନ୍ଦିର ରେ ମା ଙ୍କ ପୁଜା ବହୁ ଆକର୍ଷଣୀୟ ହୋଇଥାଏ ।
ହେଲେ କୋଭିଡ ମହାମାରୀ ପ୍ରଭାବ ଯୋଗୁଁ ଗତ ଦୁଇ ବର୍ଷ ହେବ ଦୁର୍ଗା ପୂଜା ବନ୍ଦ ରହିଥିବା ବେଳେ ଏ ବର୍ଷ କୋଭିଡ କଟକଣା କୁ ଦୃଷ୍ଟି ରେ ରଖି କମ ସଂଖ୍ୟକ ଭକ୍ତ ଙ୍କୁ ନେଇ ଦୁର୍ଗା ପୂଜା ସହର ର ବିଭିନ୍ନ ସ୍ଥାନରେ ନିଡାମ୍ବର ସହ ପାଳିତ ହୋଇଛି । ରାଜଗାଙ୍ଗପୁର ସହର ସମଳେଈଶ୍ୱରୀ ମନ୍ଦିର,ଲିପିଲୋଇ ଦୁର୍ଗାମଣ୍ଡପ,କମ୍ୟୁନିଟି ସେଣ୍ଟର ରେ ଦୁର୍ଗା ପୂଜା ଅନୁଷ୍ଠିତ ହୋଇଥିବା ବେଳେ ଏଠାରେ ଅଳ୍ପ ସଂଖ୍ୟକ ଭକ୍ତ ଙ୍କ ସହ ନିଡାମ୍ବର ସହ ପାଳିତ ହୋଇଛି। ମା ଜଗତଜନନୀ ଦୁର୍ଗା ଙ୍କ ରୀତି ନୀତି ଅନୁସାରେ ପୂଜାର୍ଚନା ହୋଇଥିବା ବେଳେ ଆଗ ପରି ସବୁ ଫିକା ପଡିଥିଲା। ଆଗ ପରି ନା ରହିଥିଲା ଆକର୍ଷଣ ନା ଆଗପରି ରହିଥିଲା ଭକ୍ତ ଙ୍କ ଭିଡ଼। ଅଳ୍ପ ସଂଖ୍ୟକ ଭକ୍ତ ଙ୍କ ଉପସ୍ଥିତି ରେ ହୋଇଥିଲା ମା ଜଗତ ଜନନୀ ଙ୍କ ପୂଜାର୍ଚନା।