ରାଜଗାଙ୍ଗପୁର, (ମନୋଜ ଭୋଳଙ୍କ ରିପୋର୍ଟ) ରାଜଗାଙ୍ଗପୁର ବ୍ଲକ ପାନପୋଷ ପଞ୍ଚାୟତ ରେ ମହୁମାଛି ଆକ୍ରମଣ ରେ ବାପା ଏବଂ ଝିଅ ର ମୃତ୍ୟୁ ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକ ର ଛାୟା ଖେଳାଇଛି |ପୋଲିସ ଏ ନେଇ ଏକ ଅପମୃତ ମାମଲା ରାଜୁ କରି ତଦନ୍ତ ଆରମ୍ଭ କରିଛି |ସୂଚନା ଅନୁସାରେ ପାନପୋଷ ପଂଚାୟତର ଗୌନ୍ତିଆ ପଡା ରେ ଗୁରୁ ବଞ୍ଚର (୬୫)ଓ ତାଙ୍କ ଝିଅ ମିନା ବଞ୍ଚର ନିକଟସ୍ଥ ଜଙ୍ଗଲକୁ ଜାଳେଣି ସଂଗ୍ରହ ପାଇଁ ଯାଇଥିବା ବେଳେ ସେଠାରୁ ସକାଳ ପ୍ରାୟ ୯ଟା ସମୟରେ ଫେରୁଥିବା ବେଳେ ସେମାନଙ୍କୁ ମହୁମାଛି ଆକ୍ରମଣ କରିଥିଲା |
ନିଜକୁ ମହୁମାଛି ଆକ୍ରମଣ ରୁ ବଞ୍ଚିବାକୁ ଯାଇ ନିକଟସ୍ଥ ଏକ ଖାଲ ରେ ବର୍ଷା ପାଣି ଜମା ହୋଇଥିବା ଦେଖି ସେ ଜାଗାରେ ଉଭୟ ପଶି ଯାଇ ଥିବା ବେଳେ ସେଠାରେ ବାପ ଝିଅ ଉଭୟ କିଛି ସମୟ ପରେ ଅଚେତ ହୋଇଯାଇଥିଲେ | ଏହି ବିଷୟ ରେ ସ୍ଥାନୀୟ ବାସିନ୍ଦା ଜାଣିବା ପରେ ତାଙ୍କୁ ଚିକିସ୍ୟା ପାଇଁ ଲାଇଙ୍ଗ ସ୍ଥିତ ସରକାରୀ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର କୁ ଆଣିଥିଲେ | ଅବସ୍ଥା ଗୁରୁତର ହୋଇଥିବାରୁ ତାଙ୍କୁ ଚିକିତ୍ସା ପାଇଁ ରାଉର କେଲା ସରକାରୀ ଚିକିସ୍ୟା କେନ୍ଦ୍ରକୁ ନିଆଯାଇ ଥିବା ବେଳେ ସେଠାରେ ଚିକିତ୍ସା ଧୀନ ଅବସ୍ଥା ରେ ଉଭୟ ଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି |