ଟାଙ୍ଗୀ:-୧୦/୧୦(ବିନୁ ଦାସ୍):- ରାଜ୍ୟ ସରକାରଙ୍କ ପକ୍ଷରୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନୀ ବିଗୁଲ୍ ବାଜିଲାଣି । ସେହି ଆଧାରରେ ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ବ୍ଲକ ଅଞ୍ଚଳରେ ରାଜନୈତିକ ବାତାବରଣ ଆରମ୍ଭ ହୋଇ ଗଲାଣି । ବିଜେଡି-ବିଜେପିକୁ ପଛରେ ପକାଇ କଂଗ୍ରେସର ପେଁକାଳି ବାଜିବା ଆରମ୍ଭ ହୋଇଛି । ଟାଙ୍ଗୀ କଂଗ୍ରେସ ଭବନରେ ଆୟୋଜିତ ବୈଠକରେ ଜିଲ୍ଲା ସ୍ତରର କଂଗ୍ରେସର ସଂଗଠକ ତଥା ମଙ୍ଗୁଆଳ ତଥା ଅର୍ଣ୍ଣପୂର୍ଣା ଫାଇନାନ୍ସ ମୁଖ୍ୟ ସଞ୍ଜୟ କୁମାର ପଟ୍ଟନାୟକ , ବିଶ୍ୱ ଭୂଷଣ ଛୋଟରାୟ ଯୋଗ ଦେଇଥିବା ବେଳେ ଟାଙ୍ଗୀ ବ୍ଲକ ଅଞ୍ଚଳର ସମସ୍ତ ପଞ୍ଚାୟତ ସ୍ତରର ତୁଙ୍ଗ ନେତାମାନେ ଯୋଗ ଦେଇଥିଲେ ।
କଂଗ୍ରେସ ନେତା ଜୟଦେବ ବେହେରା , ବାସୁଦେବ ବିଶ୍ୱାଳ , ସନାତନ ବେହେରା କଂ ସମେତ ତୁଙ୍ଗ ତୁଙ୍ଗ ନେତା ମାନେ ଯୋଗ ଦେଇଥିଲେ । ଆଗକୁ ଆସୁଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ବୈତରଣୀ ନଦୀରେ କଂଗ୍ରେସ କିଭଳି ବିଭିନ୍ନ ପଦବୀ ହାତେଇ ୟେ ନିର୍ବାଚନୀ ନଦୀକୁ ପାର ହେବ ସେନେଇ ବିଭିନ୍ନ ଯୋଜନା ପ୍ରସ୍ତୁତ ସହ ଗୁପ୍ତ ରଣନୀତି କରିଛନ୍ତି ।ଉଭୟ ବିଜେପି ଏବଂ ବିଜେଡି କୁ କେମିତି ଭାବରେ ପରାଜୟ ର ସ୍ୱାଦ ଚଖେଇବେ ସେନେଇ ରଣନୀତି ପ୍ରୟୋଗ ହୋଇଛି।ଦେଖିବାର ଅଛି ଆଗକୁ ଆସୁଥିବା ପଞ୍ଚାୟତିରାଜ ନିର୍ବାଚନ ରେ କଂଗ୍ରେସ କେତେଦୂର ଟାଙ୍ଗୀ ବ୍ଲକ ଅଞ୍ଚଳରେ ସଫଳ ହେଉଛି ବୋଲି ସାଧାରଣ ରେ ଚର୍ଚ୍ଚା ହେଲାଣି।