କୁହୁଡି:-୧୦/୧୦(ବିନୁ ଦାସ୍):- ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ଥାନା ଅନ୍ତର୍ଗତ ରତନପୁର(କୁହୁଡି) ଗ୍ରାମର ସୁନ୍ଦରଗଡ ସାହିରେ ଘଟିଛି ଏହି ଦୁଃଖଦ ଘଟଣା । ଘର ପାଖରେ ଥିବା ଟାଲ(କୁତ୍ରିମ ଗାଡ଼ିଆ) ନିକଟରେ ଖେଳୁଥିଲେ ଭାଇ-ଭଉଣୀ ଦୀର୍ଘ ସମୟ ଧରି ଘରକୁ ନଫେରିବାରୁ ଘର ଲୋକେ ବହୁ ଖୋଜିବା ପରେ ନିକଟସ୍ଥ ଟାଲରେ ଭାଇ-ଭଉଣୀ ପାଣିରେ ଭାସୁଥିବା ଦେଖି ଉଦ୍ଧାର କରିଥିଲେ । ଭାଇ-ଭଉଣୀ ଙ୍କୁ ଚିକିତ୍ସା ପାଇଁ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା , ମାତ୍ର ଭଉଣୀକୁ ଡାକ୍ତର ମୃତ ଘୋଷଣା କରିଛନ୍ତି ଏବଂ ଭାଇର ଅବସ୍ଥା ସଙ୍କଟାପନ୍ନ ରହିଥିବା ଡାକ୍ତର କହିଛନ୍ତି । ରତନପୁର ଗ୍ରାମର ଲକ୍ଷ୍ମୀଧର ବେହେରାଙ୍କ ୬ ବର୍ଷର ପୁଅ ପ୍ରୀତମ(ସାଇ) ବେହେରା ଏବେ ମୃତ୍ୟୁ ସହ ସଂଗ୍ରାମ କରୁଥିବା ବେଳେ ଝିଅ ପ୍ରୀତିସ୍ମିତା ବେହେରାର ମୃତ୍ୟୁ ହୋଇଥିବା ଡାକ୍ତର କହିଛନ୍ତି ।ଯାହା ଫଳରେ ସ୍ଥାନୀୟ ଅଞ୍ଚଳରେ ଏକ ଶୋକକୁଳ ପରିବେଶ ସୃଷ୍ଟି ହୋଇଛି।