ଖୋର୍ଦ୍ଧା : ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ଜାମିନି ଆବେଦନ ଖାରଜ ପରେ ଖୋର୍ଦ୍ଧା ଡାକ୍ତର ଖାନା ପରେ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲ ସ୍ଥାନାନ୍ତର। କୋର୍ଟ ସଜା ଶୁଣାଇବା ପରେ ଡାକ୍ତରୀ ପରୀକ୍ଷା କରାଯିବା ପରେ ହଟାଥ ଶରୀର ଅସୁସ୍ଥ ହୋଇଯାଇଥିଲା ବିଧାୟକ ଙ୍କ ର । ଡ଼ାକ୍ତର ତାଙ୍କୁ ଚିକିତ୍ସା କରିଥିଲେ ମଧ୍ୟ ଶରୀର ବେଶି ଅସୁସ୍ଥ ହେବାରୁ ତାଙ୍କୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ କୁ ସ୍ଥାନାନ୍ତର କରାଯାଇଛି। ଆଜି ଖୋର୍ଦ୍ଧା କୋର୍ଟରେ ଆତ୍ମସମର୍ପଣ କରିଥିଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ । ପୂର୍ବରୁ ପ୍ରଶାନ୍ତ ଏ ନେଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ବି ହାଇକୋର୍ଟ ଜାମିନ ପ୍ରଦାନ କରି ନ ଥିଲେ। ଆବେଦନକାରୀ ତଳ କୋର୍ଟର ଦ୍ୱାରସ୍ଥ ହୁଅନ୍ତୁ ବୋଲି କୋର୍ଟ କହିଥିଲେ । ଫଳରେ ସେ ଆଜି ଖୋର୍ଦ୍ଧା ADJ କୋର୍ଟରେ ଜାମିନ ଆବେଦନ କରିଥିଲେ। ହେଲେ ତଳ କୋର୍ଟ ମଧ୍ୟ ଆବେଦନ ଖାରଜ କରିବା ପରେ ପ୍ରଶାନ୍ତଙ୍କ ଜଗଦ୍ଦେବଙ୍କୁ ଗିରଫ କରାଯାଇଥିଲା । ତାଙ୍କ ନାମରେ ଦଫା ୫୦୬, ଆଟ୍ରୋସିଟି-ଏସସିଏସଟି ଆକ୍ଟରେ ମାମଲା ରୁଜୁ ହୋଇଥିଲା ।
ସୂଚନାଯୋଗ୍ୟ, ପ୍ରଶାନ୍ତ ଗତ ୮ ତାରିଖରେ ବାଲୁଗାଁ ମଣ୍ଡଳ ବିଜେପି ସଭାପତିଙ୍କୁ ମାଡ ମାରି ଥିବା ନେଇ ଅଭିଯୋଗ ହୋଇଥିଲା। ଯାହାର ଭିଡିଓ ଭାଇରାଲ ହେବା ପରେ, ସେ ବିବାଦରେ ଫଶି ଯାଇଥିଲେ। ଭିଡିଓ ଭାଇରାଲ ହେବା ପରେ ପ୍ରଶାନ୍ତଙ୍କୁ ବିଜେଡିରୁ ନିଲମ୍ବନ କରାଯାଇଥିଲା ଏବଂ ଖୋର୍ଦ୍ଧା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ପଦରୁ ମଧ୍ୟ ଦଳର ହାଇକମାଣ୍ଡ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବହିସ୍କୃତ କରିଥିଲେ । ତାଙ୍କ ନାଁରେ ବାଲୁଗାଁ ଥାନାରେ ମାମଲା ରୁଜୁ ହୋଇଥିଲା। ପୂର୍ବରୁ ଜାତିଆଣ ମନ୍ତବ୍ୟକୁ ନେଇ ମଧ୍ୟ ପ୍ରଶାନ୍ତଙ୍କ ନାମରେ ମାମଲା ରହିଥିଲା। ବିଧାୟକ ନିଜର ଗିରଫଦାରିକୁ ଏଡାଇବା ପାଇଁ ଆଗୁଆ ହାଇକୋର୍ଟରେ ଜାମିନ ଆବେଦନ କରିଥିଲେ । ଉକ୍ତ ଆବେଦନର ଶୁଣାଣି କରି ହାଇକୋର୍ଟ ବିଧାୟକ ଜଗଦେବଙ୍କୁ ତଳ କୋର୍ଟରେ ହାଜର ହୋଇ ଜାମିନ ଆବେଦନ କରିବାକୁ ନିର୍ଦେଶ ଦେଇଥିଲେ।