ଢେଙ୍କାନାଳ, (ଶୁଭମ ପାଣିଙ୍କ ରିପୋର୍ଟ) ୦୫।୧୦, ଢେଙ୍କାନାଳ ଜିଲ୍ଲାର ‘ ଆମ ପ୍ରତିଭା ଆମ ସମ୍ମାନ ’ ତରଫରୁ ସ୍ଥାନୀୟ ବାଜି ଚୌକ ଠାରେ ସର୍ବ କନିଷ୍ଠ ଶହୀଦ ବାଜି ରାଉତଙ୍କ ଜନ୍ମ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଅଛି । ଅନୁଷ୍ଠାନର ଜିଲ୍ଲା କୋଷାଧ୍ୟକ୍ଷ ରୁଦ୍ରାନ୍ତ ଦଳେଇଙ୍କ ଅଧ୍ୟକ୍ଷତାରେ ସକାଳ ୭ ଘଟିକା ସମୟରେ ଶତାବ୍ଦିକ ସଦସ୍ୟମାନଙ୍କ ଉପସ୍ଥିତିରେ ଶହୀଦ ବାଜି ରାଉତଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରି ଓ ‘ ବାଜି ରାଉତ ଅମର ରହେ ’ ଧ୍ଵନୀ ଦେଇଥିଲେ । ଏହି ସମାବେଶରେ ବିଶ୍ଵର ସବକନିଷ୍ଠ ସାଧନତା ସଂଗ୍ରାମୀ ତଥା ୧୨ ବର୍ଷ ବୟସରେ ଶହୀଦ ହୋଇଥିବା ବାଜି ରାଉତଙ୍କ ବିଷୟରେ ବିଶିଷ୍ଠ ବ୍ୟକ୍ତିମାନେ ଅଭିଭାଷଣ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସଭ୍ୟ କୈଳସ ଚନ୍ଦ୍ର ରାଉତ , ଦୁର୍ଯ୍ୟୋଧନ ବେହେରା , ବିଭୁତି ଭୂଷଣ ସାହୁ , ନକୁଳ କୁମାର ସାହୁ , ବିଭୁତି ନନ୍ଦ , ଦୀପକ ଦାସ , ପ୍ରତାପ ଦାସ , କାହ୍ନ ଦଳେଇ , ଚିତରଞ୍ଜନ ସାହୁ , ନଜୁ ମହମ୍ମଦ , କୈଳାସ ଚନ୍ଦ୍ର ନାୟକ , କୈଳାସ ବେହେରା , ସରୂପାନନ୍ଦ ଦାସ , ରଶ୍ମିନାରାୟଣ ସାହୁ , ଶିଶିର ଦଳେଇ , ରଞ୍ଜନ ଜେନା , ଫିରୋଜ୍ ଖାଁ , ସାରଙ୍ଗ ରାଉତ , ଜଗା ସେଠୀ , ପପୁ ମହାନ୍ତି , ଦୁଷ୍ମନ୍ତ ମହାନ୍ତି , ପ୍ରଶାନ୍ତ ଜେନା , ଅନିଲ୍ ରାଉତ , ଅକ୍ଷୟ ସାହୁ , ଆଲୋକ ରଥ , ରାଜୁନ୍ ଖାଁ , ଆନନ୍ଦ ସେଠୀ , ଶକ୍ତି ମହାପାତ୍ର , ଅମରେଶ ଜେନା , ଶେଖର ସେଠୀ , ମଦନମୋହନ ବେହେରା , ଚନ୍ଦନ ବେହେରା , ପ୍ରଭାତ ସେଠୀ , କାଳିଆ ସେଠୀ ପ୍ରମୁଖଙ୍କ ସହିତ ଶତାଧ୍ଵ ଆମ ପ୍ରତିଭା ଆମ ସମ୍ମାନର କର୍ମକର୍ତା ଯୋଗଦେଇଥିଲେ ।