ରାଜଗାଙ୍ଗପୁର, (ମନୋଜ ଭୋଳଙ୍କ ରିପୋର୍ଟ) :-ସୁନ୍ଦର ଗଡ ଜିଲ୍ଲା ରାଜଗାଙ୍ଗପୁର ସହର ର ପୌରପାଳିକା ୱାର୍ଡ ନମ୍ବର ୮ରେ ଏବେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଦୃଶ୍ୟ |ଏଠାରେ ସର୍ବ ସାଧାରଣ ନିମିତ୍ତ ରାସ୍ତା କୁ ଗତ୪ ମାସ ହେବ ନିର୍ମାଣ ସାମଗ୍ରୀ ରାସ୍ତା ଉପରେ ଜମା କରି ଆବଦ୍ଧ କରାଯାଇଥିବା ବେଳେ ମଧ୍ୟ ଏ ଦିଗରେ କୋଣସି କାର୍ଯ୍ୟନୁଷ୍ଠାନ ନିଆ ଯାଉ ନଥିବା ବେଳେ ବର୍ତ୍ତମାନ ଏହି ରାସ୍ତା ରେ ଲୋକଙ୍କୁ ଯିବା ଆସିବା ରେ ଅସୁବିଧା ହେଉଥିବା ଦେଖିବାକୁ ମିଳୁଛି |ରାଜଗାଙ୍ଗପୁର ସହର ର ୱାର୍ଡ ନମ୍ବର ୮ଲିପି ଲୋଇ ପାନ ପଡା ନିକଟ ରେ ଥିବା ଜଗନ୍ନାଥ ପଡା ରେ ସର୍ବସାଧାରଣ ରାସ୍ତା ଉପରେ ସେଠାରେ ରହୁଥିବା ଜଣେ ବ୍ୟକ୍ତି ଘର ତିଆରି କରିବା ନେଇ ନିର୍ମାଣ ସାମଗ୍ରୀ ରାସ୍ତା ଉପରେ ଜମା କରିବା ସହ ଘର ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ | ହେଲେ ନିର୍ମାଣ କାର୍ଯ୍ୟ ଶେଷ ହେବା ପରେ ସେ ବଳକା ନିର୍ମାଣ ସାମଗ୍ରୀ କୁ ରାସ୍ତା ଉପରେ ଜମା କରି ବା ସହ ରାସ୍ତା ଟିକୁ ଆବଦ୍ଧ କରି ରଖିଛନ୍ତି | ଦୀର୍ଘ ୪ମାସ ହେବ ଏହି ରାସ୍ତା ଟି ସମ୍ମୁର୍ଣ ଆବଦ୍ଧ ହୋଇଥିବା ବେଳେ ବର୍ତମାନ ଏହି ରାସ୍ତା ଦେଇ ଲୋକଙ୍କୁ ଯିବା ଆସିବା କରିବା ନେଇ ବହୁ ଅସୁବିଧା ର ଅସୁବିଧା ର ସମ୍ମୁଖୀନ ହେବାକୁ ପଡୁଛି | ସୂଚନା ଅନୁଯାୟୀ ଏହି ପଡ଼ା ରାସ୍ତା ଟି ମାତ୍ର୬ଫୁଟ ର ହୋଇଥିବା ବେଳେ ଆଗରୁ ଗୋଟିଏ ଟେମ୍ପୁ ମଧ୍ୟ ପସିପାରୁନଥିବା ବେଳେ ବର୍ତ୍ତମାନ ଏହି ରାସ୍ତା ଟିକୁ ନିର୍ମାଣ ସାମଗ୍ରୀ ରଖି ଆବଦ୍ଧ କରିଥିବା ବେଳେ ଏଠାରେ ବାଇକ ,ସାଇକେଲ ଓ ଲୋକମାନ ଙ୍କୁ ଯିବା ଆସିବା ରେ ନାନା ପ୍ରକାର ଅସୁବିଧା ର ସମ୍ମୁଖୀନ ହେଉଛନ୍ତି | ଦୀର୍ଘ ୪ ମାସ ହେବ ଏଠାରେ ଏପରି ଅବସ୍ଥା ରହିଥିବା ବେଳେ ଏହା ଉପରେ କୋଣସି କାର୍ୟ୍ଯ ନୁଷ୍ଠାନ ନିଆଯାଇ ନାହିଁ | ଏମିତିକି ଜଣ ଙ୍କ ପାଇଁ ଏଠାରେ ସମସ୍ତେ ଅସୁବିଧାରେ ପଡିଥିବା ବେଳେ ଏ ନେଇ ରାଜଗାଙ୍ଗପୁର ପୌରପାଳିକା ରେ ଅବଗତ ମଧ୍ୟ କରାଯାଇଛି | ହେଲେ ଦୀର୍ଘ ୪ ମାସ ହେବ ନା ହେଉଛି କାର୍ଯ୍ୟନୁଷ୍ଠାନ | ଏମିତିକି ନିର୍ମାଣ ସାମଗ୍ରୀ ସର୍ବସାଧାରଣ ରାସ୍ତା ଉପରେ ରଖିଥିବା ବ୍ୟକ୍ତି ଜଣକ ନିଜର ନିର୍ମାଣ ସାମଗ୍ରୀ କୁ ସୁରକ୍ଷିତ ରଖିବା ପାଇଁ ଏହା ଉପରେ କଣ୍ଟାବାଡ଼ ମଧ୍ୟ ଦେଇଛି | ଯାହା ଫଳରେ ସେଠାରେ ରାସ୍ତା ରେ ଯାଉଥିବା ଲୋକ ମାନ ଙ୍କ ହାତ ଗୋଡ଼ ରେ ବାଜୁଛି | ଏହି ପଡା ରେ ବହୁ ଲୋକଙ୍କ ଘର ନିର୍ମାଣ କାର୍ଯ୍ୟ ହେଉଥିବା ବେଳେ ସମସ୍ତେ ସର୍ବ ସାଧାରଣ ରାସ୍ତା କୁ ଛାଡି ଥିବା ବେଳେ ଏପରି ଜଣେ ନିଧିଷ୍ଠ ବ୍ୟକ୍ତି ସର୍ବ ସାଧାରଣ ରାସ୍ତା କୁ ଆବଦ୍ଧ କରୁଥିବା ବେଳେ ପୌରପାଳିକା ତରଫରୁ ଆଜି ପ୍ରଯନ୍ତ କୋଣସି କାର୍ଯ୍ୟନୁଷ୍ଠାନ ନିଆଯାଉନାହିଁ | ଆଗାମୀ ଦିନରେ ଏହାକୁ ଦେଖି ସମସ୍ତେ ଏପରି କଲେ ଏଠାରେ ଯେଉଁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବ ତା ପାଇଁ ଦାୟୀ କିଏ ହେବ ଏ ନେଇ ସାଧାରଣ ରେ ଚର୍ଚ୍ଚା ହେଉଛି |