ବିପ୍ଳବ ନ୍ୟୁଜ୍ ଖବର ପ୍ରଭାବ ବାତ୍ୟା ଗୁଲାବ୍ ପ୍ରଭାବିତ ଚିଲିକା ମସ୍ୟଜୀବିଙ୍କ ସମସ୍ୟା ପରଖିଲେ ପୃଥ୍ୱୀରାଜ

ଚିଲିକା:-୩୦/୦୯(ବିନୁ ଦାସ୍):- ଗତକାଲି ଆମେ ଏକ ଶୀର୍ଷକ ଖବର ବାତ୍ୟା ଗୁଲାବ୍ ର ପରବର୍ତ୍ତୀ ଚିଲିକା ଉପରେ କେଉଁଭଳି ଭାବରେ ବାତ୍ୟା ପରବର୍ତ୍ତୀ ଚିଲିକା ହ୍ରଦ ଉପକୂଳ ବର୍ତୀ ଅଞ୍ଚଳରେ ଦୀର୍ଘ କିଲୋମିଟର ଧରି ରାଜ ଦଳ ସାଙ୍ଗକୁ ନଳ ବଣ ରେ ପୋତି ହୋଇଛି ଚିଲିକା ପାଦଦେଶ।କିଭଳି ଦୁର୍ଦ୍ଦଶା ଏବଂ ଦୁର୍ଦ୍ଦିନରେ ମତ୍ସ୍ୟଜୀବୀ ମାନେ ନିଜର ବ୍ୟବସାୟ ବନ୍ଦ କରି ହାତବାନ୍ଧି ବସିଛନ୍ତି।ଖବର ପ୍ରକାଶ ର କିଛି ଘଂଟା ପରେ ବିରୋଧୀ ଦଳ ନେତା ତଥା ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ଘଟଣା ସ୍ଥଳ ତଦାରଖ କରିଛନ୍ତି।ଚିଲିକା ମସ୍ୟଜୀବିଙ୍କ ପାଖରେ ପହଁଚି ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ ମତ୍ସ୍ୟଜୀବୀ ମାନଙ୍କୁ ଭରସା ଦେଇଛନ୍ତି। ଖୋର୍ଦ୍ଧା ଜିଲ୍ଲାର ଚିଲିକା ହ୍ରଦ ଏସିଆ ମହାଦେଶ ର ସର୍ବ ବୃହତ ଲୁଣା ହ୍ରଦ ଏବଂ ଚିଲିକା ର ଲୁଣି ମାଛ ଦେଶ ବିଦେଶରେ ଢେର ଚାହିଦା ସହ ସୁନାମ ରହିଛି। କିଛିଦିନ ତଳେ ଆସିଥିବା ଗୁଲାବ ବାତ୍ୟା ମସ୍ୟଜୀବି ଙ୍କର ବେଉସା ବୁଡାଇ ଦେଇଛି । ଯାହା ଫଳରେ ଆଜି ଚିଲିକା ବ୍ଳକର ସୋରଣ ,ହାଟବରଡ଼ି, ନଈରୀ ,ବଉଳାବନ୍ଧ ଓ କୁମାଣ୍ଡଳ ଗ୍ରାମ ଅଞ୍ଚଳରେ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ପହଞ୍ଚି ସମସ୍ୟା ଦୂର କରିବା ପାଇଁ ଚିଲିକା ବାସୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ।

ଚିଲିକା କୂଳ ଠାରୁ ତିନି କିଲୋମିଟର ଦୂର ପର୍ଯ୍ୟନ୍ତ ରାଜ ଦଳ ଜମି ରହିଥିବାରୁ ମସ୍ୟଜୀବି ମାନେ ଆଜି ପର୍ଯ୍ୟନ୍ତ ଚିଲିକା ଭିତରକୁ ଯାଇ ପାରୁନାହାନ୍ତି । ମଲାଗୁଣି, ରାଜୁଆ,ଭାର୍ଗବୀ, ଦୟା ,ମକରା ଓ ଲୁଣା ଏହି ଅଞ୍ଚଳରୁ ରାଜ ଦଳ ଆସି ଚିଲିକା ମସ୍ୟଜୀବି ଙ୍କ ଭାତ ହାଣ୍ଡି ଆଜି ବନ୍ଦ ହୋଇପଡ଼ିଛି । ଏହାର ସମସ୍ୟା କରିବା ପାଇଁ ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ ଚିଲିକା ମସ୍ୟଜୀବି ଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି । ଚିଲିକାକୁ ନିର୍ଭର କରୁଥିବା ହଜାର ହଜାର ମସ୍ୟଜୀବି ବର୍ତ୍ତମାନ ଦାଦନ ଜିବା ପାଇଁ ପ୍ରସ୍ତୁତ ହେଲେଣି । ଏପର୍ଯ୍ୟନ୍ତ କୋୖଣସି ସ୍ଥାନୀୟ ପ୍ରଶାସନ କିମ୍ବା ସିଡିଏ କତ୍ତୃପକ୍ଷ ଚିଲିକାକୁ ନଜର ଦେଉନଥିବା ସ୍ଥାନୀୟ ଜନସାଧାରଣ କହିଛନ୍ତି । ଚିଲିକାରେ ରାଜ ଦଳ ଜମା ରହିଥିବାରୁ ଡ଼ଙ୍ଗା ନେଇ ଯାଇ ପାରୁନାହାନ୍ତି ଚିଲିକା ଭିତରକୁ ମସ୍ୟଜୀବି ମାନେ ।ତୁରନ୍ତ ଏ ଦିଗରେ ସିଡ଼ିଏ କର୍ତ୍ତୃପକ୍ଷ ଏବଂ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ନେବାକୁ ସରକାରଙ୍କୁ ବାଧ୍ୟ କରିବା ଏବଂ ଚିଲିକା ବିକାଶ ପାଇଁ ସବୁ ପ୍ରକାର ଉନ୍ନତି ମୂଳକ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଛନ୍ତି ପୃଥ୍ୱୀରାଜ ହରିଚନ୍ଦନ। ତୁରନ୍ତ ଏ ଦିଗରେ ସ୍ଥାୟୀ ସମାଧାନ କରିବାକୁ ମତ୍ସ୍ୟଜୀବୀ ମହାସଂଘ ଅନୁରୋଧ କରିଛନ୍ତି।