ବାତ୍ୟା ଗୁଲାବ୍ ରେ ପ୍ରଭାବିତ ମତ୍ସ୍ୟଜୀବୀ ରାଜଦଳ କୁ ନଳବଣରେ ଚିଲିକା କୁ ରାସ୍ତା ନାହିଁ।

ଚିଲିକା:-୨୯/୦୯(ବିନୁ ଦାସ୍):- ଚିଲିକା ଉପକୂଳ ଅଞ୍ଚଳର ମତ୍ସ୍ୟଜୀବୀ ମାନେ ନିଜର ଗୁଜୁରାଣ ମେଣ୍ଟାଇବା ପାଇଁ ସାଧାରଣ ଭାବରେ ଚିଲିକା ଉପରେ ନିର୍ଭର କରିଥାନ୍ତି ହେଲେ ବାତ୍ୟା ଗୁଲାବର କିଛି ଦିନ ବିତି ଯାଇଥିଲେ ମଧ୍ୟ ।ସାଧାରଣ ଭାବରେ ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ୍ ଅନ୍ତର୍ଗତ କେତେକ ପଞ୍ଚାୟତରେ ବାତ୍ୟା ଗୁଲାବ ର ପ୍ରଭାବ ଦେଖିବାକୁ ମିଳିଛି ।କାରଣ ବହୁଥିବା ପବନ ମାଧ୍ୟମରେ ଅନେକ ଛୋଟ ଛୋଟ ନଦୀ ମାନଙ୍କରେ ଥିବା ବିଲାତି ଦଳ ବା ରାଜଦଳ ଗୁଡ଼ିକ ପବନର ସୁଅରେ ଭାସିଆସି ଏହି ଉପକୂଳବର୍ତ୍ତୀ ଅଞ୍ଚଳରେ ଥିବା କେତେକ ସ୍ଥାନରେ ଦୀର୍ଘ ଗୁଡ଼ାଏ କିଲୋମିଟର ଧରି ବ୍ୟପିଯାଇଛି।ଯାହା ଫଳରେ ଉପକୂଳ ଅଞ୍ଚଳର ସାନ ନଈରି, ବଉଳାବନ୍ଧ,କୁମାଣ୍ଡଳ, ନିମିନା,ହାଟ ବରଡି, ବାଲୁଗାଁ, ସୋରଣ ଏବଂ କାଳୁପଡ଼ା ଘାଟ ଭଳି ଅନେକ ଅନେକ ଜାଗାରେ ଥିବା ମତ୍ସ୍ୟଜୀବୀ ମାନେ ଅନେକ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହୋଇଛନ୍ତି।ଯାହାଫଳରେ ବଉଳାବନ୍ଧର ସରପଞ୍ଚ ଙ୍କୁ ସ୍ଥାନୀୟ ଗ୍ରାମବାସୀ ଜଣାଇବା ପରେ ସେ ସ୍ଥାନୀୟ ପ୍ରଶାସନ କୁ ଏବିଷୟରେ ଅବଗତ କରାଇଥିଲେ ମଧ୍ୟ କିପରି ଭାବରେ ଏହାର ସ୍ଥାୟୀ ସମଧାନ ହୋଇପାରିବ ସେ ମଧ୍ୟ ପ୍ରତିଶୃତି ଦେଇଥିଲେ।ପରେ ସ୍ଥାନୀୟ ଲୋକେ ସରପଞ୍ଚ ଙ୍କୁ ଏକ ଲିଖିତ ଆବେଦନ କରିଛନ୍ତି କିନ୍ତୁ ଚିଲିକା ଉପକୂଳ ବର୍ତ୍ତମାନ ନଳ ବଣକୁ ରାଜ ଦଳ ବଣରେ ବର୍ଷ ବର୍ଷ ଧରି ଜଙ୍ଗଲ ଭଳି ମାଡି ଚାଲୁଥିଲେ ବି ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ଏବଂ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଉଭୟ ବିଭାଗ ମୌନବ୍ରତ ଧାରଣ କରିଛନ୍ତି।ଏପରିକି ଏ ଦିଗରେ ଶାଶକ କି ବିରୋଧୀ ଦଳ ପକ୍ଷରୁ ପଦକ୍ଷେପ ନିଆଯାଉନାହିଁ କିମ୍ବା ଚିଲିକା ବିଧାୟକ ମଧ୍ୟ ନିରବ ରହିବା ବିକାଶ ପରିବର୍ତେ ଚିଲିକା ଆଜି ବିନାଶ ପଥେ ତୁରନ୍ତ ଏ ଦିଗରେ ସରକାର ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି ମତ୍ସ୍ୟଜୀବୀ ସଙ୍ଘ।