ମା ଭଗବତୀଙ୍କ ପୀଠରେ ଶାରଦୀୟ ଦୁର୍ଗା ଉତ୍ସବ ପାର୍ବଣ ଆରମ୍ଭ

ବାଣପୁର,୨୯।୦୯, ଓଡ଼ିଶାର ପ୍ରସିଦ୍ଧ ଶକ୍ତିପୀଠ ବାଣପୁରର ଅଧିଶ୍ୱରୀ ଜଗତଜନନୀ ମା ଭଗବତୀଙ୍କ ପୀଠରେ ଆରମ୍ଭ ହୋଇଯାଇଛି ଶାରଦୀୟ ଦୁର୍ଗା ଉତ୍ସବ ପାର୍ବଣ । ଗତକାଲି ପ୍ରଥମେ ସେବକ, ପୂଜକ, ପୁରୋହିତ , ମାନେ ବାଣପୁର ରାଜାଙ୍କ (ବର୍ତମାନର ପାରିକୁଦ) ଠାରୁ ଗୁଆ ଚାଉଳ ସଂକଳ୍ପ କରାଇବା ପରେ ସେବକ ବଳି ଜେନାଙ୍କୁ ବିଧି ବିଧାନ ପୂର୍ବକ ଆମନ୍ତ୍ରଣ କରା ଯାଇଥିଲା । ତା ପରେ ପର୍ବ ପୂଜକ, ପତ୍ରୀ, ପୁରୋହିତ , ପାଳିଆ ମାଳି, ପୂଜକ, କାଠି ନାହାକ, ମଶାଲ ଓ ଛତିଶା ନିଯୋଗ ସେବକ ମାନଙ୍କ ଦ୍ଵାରା ମା ଭଗବତୀ ଓ କନକ ଦୁର୍ଗା ଦେବୀଙ୍କୁ ଉଥାପନ କରାଇ ୧୦୮ ସୁବାସିତ ଜଳ କଳସରେ ଦେବୀଙ୍କୁ ମହାସ୍ନାନ କରା ଯାଇଥିଲା । ତା ପରେ ମାଙ୍କୁ ବିଭିନ୍ନ ପାଟ ବସ୍ତ୍ରରେ ଆବୃତ୍ତ କରାଯାଇଥିଲା । ଆଜି ମୂଳଷ୍ଟମୀ ଠାରୁ ଚତୃଦଶୀ ପର୍ଯ୍ୟନ୍ତ ପ୍ରତେକ ଦିନ ସନ୍ଧ୍ୟା ରେ ସେବକ ମାନଙ୍କ ଦ୍ୱାରା ଭଗବତୀ ଙ୍କ ଚଳନ୍ତି ପ୍ରତିମା ଙ୍କ ନୃତ୍ୟ ଅନୁଷ୍ଠିତ ହୋଇଥାଏ, ଏହାକୁ ଦେବୀନୃତ୍ୟ କୁହାଯାଏ l