ଠକେଇ ମାମଲାରେ ଦୋଷୀ ସାବ୍ୟସ୍ତ କଲେ ବାଣପୁର JMFC

ବାଣପୁର, ବାଣପୁର ଥାନା କେଶ ନମ୍ବର ୬୬ ତା ୧୨।୦୩।୧୯ ତଥା ବାଣପୁର JMFC କୋର୍ଟ ଜି.ଆର କେଶ ନମ୍ବର ୮୮/୨୦୧୯ ରେ ଅଭିଯୁକ୍ତ ପ୍ରମୋଦ କୁମାର ମହାରଣା କେଶର ସାକ୍ଷ୍ୟ ପ୍ରମାଣ ପୂର୍ବକ ଦଫା ୪୨୦ IPC ଦୁଇ ବର୍ଷ ଜେଲ ଓ ପାଞ୍ଚ ହଜାର ଜୋରିମାନା, ଯାହାର ଅନାଦୟରେ ପାଞ୍ଚ ମାସ ଅଧିକ ଜେଲ୍ ଦଣ୍ଡ ଗତ ୨୯।୦୯।୨୧ ଦିନ ଶୁଣାଇଛନ୍ତି । ପ୍ରକାଶ ଥାଉକି ଉକ୍ତ ପ୍ରମୋଦ କୁମାର ମହାରଣା ଗତ ତା୨୨।୦୩।୧୯ ରିଖ ଜେଲ୍ କୁ ଯାଇ ଆଜି ସୁଦ୍ଧା ଜେଲ୍ ରେ ରହିଛନ୍ତି । ଧାର୍ଯ୍ୟ ଦଣ୍ଡ ଦୁଇ ବର୍ଷ ପାଞ୍ଚ ମାସ ଠାରୁ ଢେର ଅଧିକ ଦିନ ଜେଲ୍ ଦଣ୍ଡ ଭୋଗ କରି ଚାଲିଛନ୍ତି । ତଥାପି ବାଣପୁର ସବ ଜେଲ୍ ଅଧିକାରୀ ଉକ୍ତ ପ୍ରମୋଦ ଙ୍କୁ ଜେଲ୍ କାର ଦଣ୍ଡ ମୁକ୍ତ କରିନାହାନ୍ତି । ଏହା ଦ୍ବାରା ପ୍ରମୋଦ ଙ୍କର ଅପୂରଣୀୟ କ୍ଷୟ କ୍ଷତି ହେବ ସହ ମାନସିକ କ୍ଷତି ଓ ମାନବାଧିକାରରୁ ବଞ୍ଚିତ ଶିକାର ହୋଇଥିବା କଥା ପ୍ରକାଶ ପାଇଛି । ଏହି ମାମଲାଟି ସରକାରଙ୍କ ତରଫରୁ ଜଳନ୍ଧର ପ୍ରଧାନ ଓ ପ୍ରାଚିପ୍ରଭା ନନ୍ଦ ପରିଚାଳନା କରିଥିବା ବେଳେ ପ୍ରମୋଦଙ୍କ ତରଫରୁ ଷ୍ଟେଟ ଡିଫେନ୍ସ କାଉନସିଲ ପରିଚାଳନା କରୁଥିଲେ ।