ଢେଙ୍କାନାଳ ଜିଲ୍ଲାର କୋଭିଡ ପରିଚାଳନା ସମୀକ୍ଷା କଲେ ନୂତନ ଜିଲ୍ଲାପାଳ

ଢେଙ୍କାନାଳ:୧୬/୦୮,ଆଜି ଢେଙ୍କାନାଳ ଜିଲ୍ଲା କାର୍ଯ୍ୟାଳୟସ୍ଥ ଓସ୍ଵନ ହଲଠାରେ ନୂତନ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀ ଜିଲ୍ଲାର କୋଭିଡ ପରିଚାଳନାର ସମୀକ୍ଷା କରିଛନ୍ତି । କରୋନା ସଂକ୍ରମଣ ସଂଖ୍ୟା ଶୂନ ନ ହେବା ପର୍ଯ୍ୟନ୍ତ ସାପ୍ତାହିକ ହାଟ , ଜନଗହଳି ପୂର୍ଣ୍ଣ ସ୍ଥାନ ଆଦିରେ ସର୍ବସାଧାରଣ , ବ୍ୟବସାୟୀ , ଦୋକାନୀ , ଗ୍ରାହକମାନଙ୍କ ଦ୍ବାରା କୋଭିଡ ପ୍ରୋଟୋକଲ ନିୟମ , ମାସ୍ତ୍ର ପରିଧାନ , ସାମାଜିକ ଦୂରତା ଅନୁପାଳନକୁ କଡାକଡି ଭାବେ ଯାଞ୍ଚ କରିବାକୁ ଏବଂ ଏହାର ଉଲଂଘନ ହେଲେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସମସ୍ତ ଉପଜିଲ୍ଲାପାଳ , ବିଡ଼ିଓ , ତହସିଲଦାର , ନିର୍ବାହୀ ଅଧୁକାରୀ ଓ ସମ୍ପୃକ୍ତ ଅଧ୍ଵରୀମାନଙ୍କୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ସମ୍ପ୍ରତି ହାଇ ସ୍କୁଲକୁ ଆସୁଥିବା ଛତ୍ରଛାତ୍ରୀମାନଙ୍କର ଆଣ୍ଟିଜେନ ଏବଂ ଆରଟି ପିସିଆର ଟେଷ୍ଟର ବ୍ୟବସ୍ଥା କରିବାକୁ ପରାମର୍ଶ ଦେଇଛନ୍ତି । ନିୟମିତ ଭାବେ ଆଣ୍ଟିଜେନ ଏବଂ ଆରଟି ପିସିଆର ଟେଷ୍ଟ ହେଲେ ସଂକ୍ରମିତମାନେ ଚିହ୍ନଟ ହେବା ସହିତ ସଂକ୍ରମଣକୁ ରୋକା ଯାଇ ହ୍ରାସ କରାଯାଇପାରିବ ବୋଲି ସେ ପ୍ରକାଶ କରିଛନ୍ତି । ସେଥିପାଇଁ ଯାଞ୍ଚ ପ୍ରକ୍ରିୟାକୁ ନିୟମିତ ଜାରି ରଖୁବାକୁ ଜିଲ୍ଲାପାଳ ବିଡିଓ , ତହସିଲଦାର , ନିର୍ବାହୀ ଅଧୁକରୀମାନଙ୍କୁ କହିଛନ୍ତି । ୧୫ ଦିନ ଅନ୍ତରରେ ନିୟମିତ ଭାବେ ଡାକବାଜି ଯନ୍ତ୍ର ଦ୍ବାରା ପ୍ରଚାର କରି କରୋନା ସଂକ୍ରମଣ ସମ୍ପର୍କରେ ଲୋକମାନଙ୍କୁ ସତର୍କ କରାଇବାକୁ ସେ ବିଭାଗୀୟ ଅଧୁକାରୀମାନଙ୍କୁ ପରାମର୍ଶ ଦେହିଛନ୍ତି ।

ଲୋକମାନଙ୍କ ଜୀବନ ଓ ଜୀବିକାକୁ ପ୍ରାଧାନ ଦେବା ସହିତ କରୋନା ସଂକ୍ରମଣ ଯେପରି ସଂପୂର୍ଣ୍ଣ ହ୍ରାସ ପାଇବ ସେଥ ପ୍ରତି ମଧ୍ୟ ଯତ୍ନବାନ ହେବାକୁ ଜିଲ୍ଲାପାଳ ବିଭାଗୀୟ ଅଧୁକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି । 5T ନୀତିକୁ ପ୍ରାଧାନ ଦେଇ ସମସ୍ତ କାର୍ଯ୍ୟ ଟିମ ସିରିଟରେ କରିବାକୁ ସେ ସମସ୍ତ ବିଭାଗୀୟ ଅଧୁକାରୀମାନଙ୍କୁ ପରାମର୍ଶ ଦେବା ସହିତ ଲୋକମାନଙ୍କ ଅଭିଯୋଗ ଶୁଣି ତାହାର ସମାଧାନ ଉପରେ ବିଶେଷ ଗୁରୁତ୍ବ ଦେବାକୁ କହିଛନ୍ତି । ଏହି ଭିସି ସମୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶଶାଙ୍କ ଶେଖର ଦାଶ , ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ସାଫଲ୍ୟ ମଣ୍ଡିତ ପ୍ରଧାନ , ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧୂରୀ ଡା , ସୁଜାତା ରାଣୀ ମିଶ୍ର , ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧୁକାରୀ ଡା , ଜ୍ୟୋତିଷ ଚନ୍ଦ୍ର ମହାପାତ୍ର , ଭାରପ୍ରାପ୍ତ ସଦର ଉପଜିଲ୍ଲାପାଳ ଶ୍ରୀ ରବି ନାରାୟଣ ତ୍ରିପାଠୀ , କାମାକ୍ଷାନଗର ଉପଜିଲ୍ଲାପାଳ ଶ୍ରୀ ଜ୍ୟୋତି ଶଙ୍କର ସାହୁ , ହିନ୍ଦୋଳ ଉପଜିଲ୍ଲାପାଳ ଶ୍ରୀ ଉଦୟ କୁମାର ମହାପାତ୍ର , ଆପତକାଳୀନ ଅଧୁକାରୀ ଶ୍ରୀ ସୃତି ରଞ୍ଜନ ମହାପାତ୍ର , ପୌର ନିର୍ବାହୀ ଅଧୁକାରୀ ଶ୍ରୀ ଅତନୁ କୁମାର ସାମନ୍ତ , ହିନ୍ଦୋଳ ତହସିଲଦାର ଶ୍ରୀ ସୁଶାନ୍ତ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।