କାଳୁପଡ଼ା ଘାଟ:-୧୬/୦୮(ବିନୁ ଦାସ୍):- ସ୍ବାଧୀନତାର ୭୫ତମ ଦିବସ ଅବସରରେ କାଳୁପଡା ଘାଟ ଭାରତୀୟ ବିଦ୍ୟା ନିକେତନର ପରିସରରେ ପତାକା ଉତ୍ତୋଳନ ଉତ୍ସବରେ ଉପସ୍ଥିତ ହୋଇ ଏଠାରେ ପତାକା ଉତ୍ତୋଳନ ସହିତ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଯେଉଁ ଥିରେ ମୁଁ ମଧ୍ୟ ଏଠି ଥିବା ସମସ୍ତ କର୍ମକର୍ତ୍ତାଙ୍କ ସହିତ ଭେଟିଥିଲି ।ସ୍ବର୍ଗତ ମହେଶ ତ୍ରିବେତି ଯେକି ଭାରତ ବର୍ଷର ଜଣେ ଦକ୍ଷ ରକ୍ତ ଦାତା ତାଙ୍କରି ଅନୁପ୍ରେରିତରେ ରଞ୍ଜନ କୁମାର ମହାପତ୍ରଙ୍କ “ଦି ବ୍ଲଡ ଡୋନରସ ଓଡ଼ିଶା ” ଓ ରାଷ୍ଟ୍ରୀୟ ସ୍ୱୟଂ ସେବକ୍ ସଂଘ ଆନୁକୂଲ୍ୟରେ ଏଠାରେ ରକ୍ତଦାନ ଶିବିର ଅନୁଷ୍ଠିତ କରାଯାଇଥିଲା। ଏଥିରେ ଭଞ୍ଜନଗର ମେଡିକାଲ୍ ର ଡକ୍ଟର୍ ଫାର୍ମାସିଷ୍ଟ ଓ ଅନ୍ୟାନ୍ୟ ଟେକନିସିଆନ୍ ରେ ଏଠାରେ ପାଖାପାଖୀ ୪୦ ଜଣ ରକ୍ତ ଦାତା ସ୍ଵଇଛା ରେ ରକ୍ତ ଦାନ କରିଥିଲେ। ଖୋର୍ଦ୍ଧା ଜିଲ୍ଲା ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘ ଚାଳକାଙ୍କ ଲଲିତ ନାରାୟଣ ମହାପାତ୍ର,ଜିଲ୍ଲା “ସାମାଜିକ ସମରସତା ମଞ୍ଚ ” ର ସଂଯୋଜକ ଅଖୟ ପଟଯୋଷି , ସହ ସଂଯୋଜକ ପ୍ରଭାକର ବିଶ୍ବାଳ ଙ୍କ ଉଦ୍ୟମ ରେ ଏହା ସମ୍ଭବ ହେଇଥିଲା। ସର୍ବୋପରି “ଭାରତୀୟ ବିଦ୍ୟା ନିକେତନ” ର ପ୍ରାଣ ପ୍ରତଷ୍ଠାତା ପ୍ରଫୁଲ୍ଲ କୁମାର କୁମାର୍ ପ୍ରଧାନ ଙ୍କ ନିଷ୍ଠାପର ଉଦ୍ୟମ ରେ ରକ୍ତଦାନ ଶିବିର ର ସଫଳ ରୂପାୟନ ହୋଇଥିଲା।
ସର୍ବୋପରି ଅଜିର ଏହି ଉତ୍ସବ ରେ ଅଞ୍ଚଳର ବରିଷ୍ଟ ରାଜନେତା ତଥା ଚିଲିକ ବ୍ଲକ୍ରର ପୂର୍ବତନ ଅଧକ୍ଷ ତଥା ଲୀଳାକ୍ଷେତ୍ର ଗୌରୀକ ଲଲିତ ମୋହନ ପଟ୍ଟନାୟକଙ୍କ ପ୍ରେରଣା ଓ ଉପସ୍ଥିତ ତଥା ମୁଖ୍ୟ ଅତଥି ଭାବେ ଏଠାରେ ଯୋଗ ଦେଇ ପତକା ଉତ୍ତୋଳନ ସହିତ ରକ୍ତଦାନ ଶିବିର ର ଉଦ୍ଘାଟନ ପ୍ରଦୀପ ପ୍ରଜ୍ବଳନ ସହିତ ସଙ୍ଘ ପ୍ରତିଷ୍ଟାତା ଡ୍.କେଶବ ବଲୀରାମ ହେଡଗେୱାର ଓ ଭାରତମାତା ଗୁରୁଜୀ ମାଧବ ସଦାଶୀବ ଗୋଲେୱାଲେକର ଫୋଟଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ସବୁଠାରୁ ବଡ଼ କଥା ଏଠାରେ ଝିଅ ମାନେ ମଧ୍ଯ ସ୍ୱଇଛା ରେ ରକ୍ତଦାନ କରିଥିଲେ। ସ୍ୱାଧୀନତା ଦିବସରେ ପତାକା ଉତ୍ତୋଳନ , ରକ୍ତଦାନ ଶିବିର ଉଭୟ “ଭାରତୀୟ ବିଦ୍ୟା ନିକେତନ”ପରିସରେ ଅନୁଷ୍ଠିତ ହୋଇଥିବା ରୁ ଏହା ଆମ ଅଞ୍ଚଳ ପାଇଁ ଗର୍ଵ ଓ ଗୋୖରବ।ସୂଚନାଯୋଗ୍ୟ କି ଦ ବ୍ଲଡ଼ ଡୋନର୍ସ ଏପରି ଏକ ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଭାବରେ ରକ୍ତଦାନ ଜୀବନ ଦାନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରହିଛି।ସଙ୍ଗଠନର ଏତାଦୃଶ ମହାନ କାର୍ୟ୍ଯ ପାଇଁ ସର୍ବଦା ପ୍ରଶଂସନୀୟ ହୋଇଆସିଛି।ଦ ବ୍ଲଡ଼ ଡୋନର୍ସ ର ମୁଖ୍ୟ ପୁରୋଧା ଅଧ୍ୟାପକ ରଞ୍ଜନ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ଦୃଢ଼ ସଂକଳ୍ପ ରଖିଥିବା ବଡ଼ ଟିମ୍ ସାରା ଓଡ଼ିଶାର ପୁରପଲ୍ଲୀରେ ରକ୍ତଦାନ ପାଇଁ କାର୍ଯ୍ୟ କରି ବହୁତ ମୂଲ୍ୟବାନ ଜୀବନ ବଞ୍ଚାଇ ଛନ୍ତି।ଦ ବ୍ଲଡ଼ ଡୋନର୍ସ ପରିବାରକୁ ବିପ୍ଲବ ନ୍ୟୁଜ ପରିବାର ତରଫରୁ ଯୁବ ସାମ୍ବାଦିକ ବିନୁ ଦାସ୍ ଅଭିନନ୍ଦନ ଏବଂ ଶୁଭେଚ୍ଛା ଜଣାଇଛନ୍ତି।