ଚିଲିକା : ଗଞ୍ଜେଇ ଜବତ ଜଣେ ଗିରଫ କଲା ରେଳବାଇ ପୋଲିସ

ଚିଲିକା:-୧୬/୦୮(ବିନୁ ଦାସ୍):- ୧୫ ତାରିଖ ଦିନ ବାଲୁଗାଁ ଆରପିଏଫ ଥାନା ଅଧିକାରୀ ଶ୍ରୀ ମହେଶ୍ଵର ଚନ୍ଦ୍ରରାୟ ଙ୍କ ତତ୍ଵାବଧାନରେ ବାଲୁଗାଁ ରେଳ ଷ୍ଟେଶନରେ ନିଶାଦ୍ରବ୍ୟ ଚୋରା ଚାଲାଣ, ଅସାମାଜିକ କାର୍ଯକଳାପ ଏବଂ କୋଭିଡ ନିୟମ ଉଲଙ୍ଘନ, ବିରୁଦ୍ଧରେ ସ୍ଵତନ୍ତ୍ର ସତର୍କ ଯାଞ୍ଚ କରଯାଇଥିଲା। ଉପନିରୀକ୍ଷକ ପ୍ରଫୁଲ୍ଲ ଚନ୍ଦ୍ର ପଣ୍ଡାଙ୍କ ଅଧକ୍ଷ୍ୟାତା ରେ ଏଏସଆଇ ଜୟକୁମାର ସିକେ, ପ୍ରଧାନ ଆରକ୍ଷୀ ଲୋକନାଥ ବେହେରା, ଆରକ୍ଷୀ ଡି॰ ଈ॰ ରାଓ, ଆରକ୍ଷୀ ଅଲେଖ ବେହେରା ବାଲୁଗାଁ ରେଳ ଷ୍ଟେଶନ ଏବଂ ସମସ୍ତ ଯାତ୍ରୀବାହୀ ଗାଡିର ଖାନ ତଲଆଶୀ କରିଥିଲେ। ଯାଞ୍ଚ ସମୟରେ ଆରପିଏଫ ଟିମ ଷ୍ଟେଶନର ଦକ୍ଷିଣ ଭାଗରେ ଜଣେ ଯୁବକଙ୍କୁ ସନ୍ଧେହଜନକ ଅବସ୍ଥାରେ ଗୋଟିଏ କଳା ରଙ୍ଗର ବେଗ ସହ ପାଇ ପଚରାଉଚରା କରିଥିଲେ। ହଠାତ ଯୁବକ ଜଣକ ଭାଙ୍ଗି ପଡିଥିଲେ ଏବଂ ସେହି ସ୍ଥାନରୁ ପଳାଇବାକୁ ଚେଷ୍ଟା କରିଥିଲେ । ଆରପିଏଫ ଟିମ ସନ୍ଦିଗ୍ଧ ଯୁବକ ଟିକୁ କାବୁ କରିନେଇଥିଲେ ।

ଅନୁସନ୍ଧାନ ପରେ ଯୁବକଟିର ନାମ ରୀତିକ ରୋଶନ ମୋହାପାତ୍ର, ପିତା ସ୍ଵର୍ଗତ ବିଜଯ କୁମାର ମୋହାପାତ୍ର, ଗ୍ରାମ ଦକ୍ଷ୍ୟପ୍ରଜାପତିସାହି (ମାଳିସାହି), ଥାନା ବାଣପୁର ଅଞ୍ଚଳର ବୋଲି ଜଣାପଢିଥିଲା ଏବଂ ସେ ସ୍ଥାନୀୟ ଅଞ୍ଚଳର କିଛି ଅସମାଜିକ ଯୁବକ ମାନଙ୍କ ସହଯୋଗରେ ବିଜିୱ।ଡା ଦେଇ ସୁରାଟ କୁ ରେଳ ଯୋଗେ ନିଶାଦ୍ରବ୍ୟ ଚୋରାଚାଳାଣ କରୁଥିବାର ମାନିନେଇଥିଲା। ଆରପିଏଫ ସହାୟକ ସୁରକ୍ଷା ଅଧିକ୍ଷ୍ଯକ ଶ୍ରୀ ସଞ୍ଜୟ କୁମାର ସିଂହ ଙ୍କ ନିର୍ଦ୍ଦେଶ କ୍ରମେ ସନ୍ଧିଗ୍ନ ବେଗଟିର ତଳାଶୀ କରାଯାଇଥିଲା ଏବଂ ଆରପିଏଫ ଅଧିକାରୀମାନେ ଉକ୍ତଯୁବକ ଠାରୁ ପ୍ରାୟ ୫ କେଜି ୧୦୦ ଗ୍ରାମ ଗଞ୍ଜେଇ ଜବତ କରିଥିଲେ। ଆରପିଏଫ ଥାନା ଅଧିକାରୀମାନେ ଏହି ଗଞ୍ଜେଇ ଜବତ କରିବାସହ ସମ୍ପୃକ୍ତ ଯୁବକଙ୍କ ବିରୁଦ୍ଧରେ ବିହିତ କାର୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।ଏହି ମାମଲାରେ ଖୋର୍ଦ୍ଧା ଜିଆର୍ପି କେଶ୍ ନମ୍ବର ୬୦/୨୧ରେ ୟୁଏସ୍ ୨୦ ବି(ii)ଏନ୍ ଡିପିଏସ୍ ଆକ୍ଟ ଅନୁଯାୟୀ ଗିରଫ କରି କୋର୍ଟ ଚାଲାଣ କରିଛି ରେଳବାଇ ପୋଲିସ।