ଢେଙ୍କାନାଳ ୧୨/୦୮, ଢେଙ୍କାନାଳର ସଦର ବ୍ଲକ ଅନ୍ତର୍ଗତ ବୋରାପଦା ଗ୍ରାମରେ ଏକ ଜାଲ ଉତ୍ତରାଧିକାରୀ ସାର୍ଟିଫିକେଟ ଦେଖାଇ ଜାଗା ହଡପ କରିଥିବା ଅଭିଯୋଗ ଆସିଛି । ଅଭିଯୋଗ କରିଛନ୍ତି ବୋରାପଦା ର ଲବଙ୍ଗ ଦେହୁରୀ, ସ୍ୱାମୀ ୰ନନ୍ଦ କିଶୋର ଦେହୁରୀ । ଲବଙ୍ଗଙ୍କର ଅଭିଯୋଗ ଅନୁସାରେ ତାଙ୍କର ସ୍ୱାମୀ ୦୩।୦୮।୨୦ ରେ ମୃତ୍ୟୁବରଣ କରିବା ପରେ, ତାଙ୍କର ଦିଅର ପାଣ୍ଡବ ଦେହୁରୀ ,ପିତା ଗୋବିନ୍ଦ ଦେହୁରୀ ଚତୁରତାର ସହ ନିଜ ତିନି ଝିଅ ସୁନିତା, ସବିତା ଏବଂ ବବିତା ଙ୍କ ଆଧାର କାର୍ଡ ରେ ଲବଙ୍ଗଙ୍କ ସ୍ୱାମୀଙ୍କ ନାମ ଏବଂ ତାଙ୍କ ନାମ ପକାଇ ସମ୍ପତ୍ତି ହଡପ କରିଛନ୍ତି । ଲବଙ୍ଗଙ୍କ ସ୍ୱାମୀ ତିଆରି କରିଥିବା ଘରୁ ଲବଙ୍ଗ, ତାଙ୍କ ପୁଅ ସୁବଳ ଦେହୁରୀ ଓ ବୋହୁ କୁ ମାର ପିଟ କରି ତଥା ଧକ୍କା ଦେଇ ବାହାର କରିଦେଇଛନ୍ତି । ଯାହାଦ୍ୱାରା କି ଆଜି ସେ ଢେଙ୍କାନାଳର ଜିଲ୍ଲାପାଳ ଭୁମେଶ ଚନ୍ଦ୍ର ବେହେରାଙ୍କୁ ଭେଟି ତାଙ୍କର ଦୁଃଖ ଜଣାଇଥିଲେ । ତାଙ୍କ ମଝିଆ ଝିଆରୀ ସବିତା ଦେହୁରୀ DRDA ରେ କିରାଣୀ ରୂପେ କାର୍ଯ୍ୟ କରୁଥିବାରୁ ,ତାଙ୍କର ସମସ୍ତ ସରକାରୀ ବାବୁମାନେ ଚିହ୍ନା ଅଛନ୍ତି ବୋଲି କହିବା ସହ କେହି ତାଙ୍କର କିଛି କରିପାରିବେନି ବୋଲି ମଧ୍ୟ ଧମକ ଦେଇଥିଲେ ବୋଲି ଅଭିଯୋଗ କରିଛନ୍ତି । ଗତ ୧୧।୦୮।୨୦୨୧ ଦିନ ସଦର ତହସିଲଦାର ଘଟଣା ସ୍ଥଳକୁ ଯାଇ ଏକପାଖିଆ ଭାବେ ଜାଗା ମପାଚୁପା କରି ପଳେଇ ଆସିଲେ ବୋଲି ମଧ୍ୟ ଲବଙ୍ଗ ଦେହୁରୀ ଅଭିଯୋଗ ଆଣିଛନ୍ତି । ତେଣୁ ମାନ୍ୟବର ଜିଲ୍ଲାପାଳ ଏହି ଘଟଣାଟିର ନିରପେକ୍ଷ ତଦନ୍ତ କରି ଦୋଷୀକୁ ଉଚିତ ଦଣ୍ଡ ବିଧାନ କରାଇଲେ ଲବଙ୍ଗ ଉଚିତ ନ୍ୟାୟ ପାଇବେ ବୋଲି ଆଶା ବ୍ୟକ୍ତ କଟିଛନ୍ତି ।