ଜଙ୍ଗଲ ମଧ୍ୟରେ ଚାଲିଥିଲା ମଦ କାରଖାନା , ମାଡି ବସିଲା ଅବକାରୀ ବିଭାଗ ଓ ପୋଲିସ ବାହିନୀ

ଟାଙ୍ଗୀ:୦୮/୦୬(ବିନୁ ଦାସ୍): ଖୋର୍ଦ୍ଧା ଜିଲ୍ଲାର ଜଙ୍କିଆ ଥାନା ପକ୍ଷରୁ ହଳଦିଆ ଜଙ୍ଗଲ ମଧ୍ୟରୁ ସ୍ଥାନୀୟ ପୋଲିସ ଚଢାଉ କରି ୧୬୦ ଲିଟର ରନ୍ଧା ମଦ ଜବତ କରିଛି । ଠିକ୍ ସେହିପରି ବାଣପୁର ଥାନା ବରବରା ଜଙ୍ଗଲ ମଧ୍ୟରେ ଅବକାରୀ ବିଭାଗ ଓ ପୋଲିସ ମିଳିତ ଚଢାଉ କରି ୬ ହଜାର ଲିଟର ରନ୍ଧା ମଦ, ୧୭୫ ଲିଟର ଦେଶୀ ମଦ ଜବତ କରିଛନ୍ତି । ଅଭିଯୁକ୍ତ ମାନଙ୍କୁ ଧରପଗଡ କରିବାରେ ବିଫଳ ହୋଇଛନ୍ତି ପୋଲିସ ଓ ଅବକାରୀ ବିଭାଗ । ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ଥାନା ଅଧିନସ୍ଥ ଦାମିଆ ବରବରା ଜଙ୍ଗଲ ମଧ୍ୟରେ ପୋଲିସ ଏବଂ ଅବକାରୀ ବିଭାଗ ପକ୍ଷରୁ ମିଳିତ ଚଢ଼ାଉ କରାଯାଇଥିଲା । ଏଠାରେ ଯେ ଏକ ମଦ କାରଖାନା ଖୋଲି ଯାଇଛି , ତାହାକୁ ଦେଖି ସମସ୍ତେ ତାଜୁବ୍ । ଠିକ୍ ସେହିପରି ଖୋର୍ଦ୍ଧା ଜିଲ୍ଲାର ଜଙ୍କିଆ ଥାନା ଅଧିନସ୍ଥ ହଳଦିଆ ଜଙ୍ଗଲ ମଧ୍ୟରୁ ବିପୁଳ ପରିମାଣର ରନ୍ଧା ମଦ ଜବତ କରିଛି ଜଙ୍କିଆ ପୋଲିସ । ଉକ୍ତ ଚଢାଉରେ ବାଣପୁର ଅତିରିକ୍ତ ତହସିଲଦାର , ବାଲୁଗାଁ, ଟାଙ୍ଗୀ,ଖୋର୍ଦ୍ଧା ଓ ଭୁବନେଶ୍ୱର ଅବକାରୀ ବିଭାଗ ଏବଂ ପୋଲିସ ଫୋର୍ସ ସାମିଲ ଥିଲେ।