ରାଶିଫଳ (ମଙ୍ଗଳବାର) ଜାନୁଆରୀ ୨୬ ତାରିଖ ୨୦୨୧

ମାଘ (ମକର) ଜାନୁଆରୀ ୨୬ ତାରିଖ ୨୦୨୧
ମେଷ – ସମ୍ମାନିତ ହେବେ। ଆୟ ଭଲ ହୋଇପାରେ। ଦିନଟି ପ୍ରାୟ ଭଲରେ କଟିବ।
ବୃଷ – ନୀରବରେ କାର୍ଯ୍ୟ କରିବେ। ସହଯୋଗ ମିଳିବ। ଶରୀର ସୁସ୍ଥ ରହିବ।
ମିଥୁନ – ଶ୍ରୀଚନ୍ଦ୍ର ରହିଛି। ଦିନଟି ଉତ୍ତମ ଫଳ ଦାୟକ ହେବ।
କର୍କଟ – କାର୍ଯ୍ୟରେ ବାଧା ଉପୁଜି ପାରେ। ଭଗବାନ ଗଣେଶଙ୍କ ଉପାସନା କରନ୍ତୁ ଲାଘବ ହେବ।
ସିଂହ – ଅର୍ଥ ଲାଭ ହେବ। ମନ ପ୍ରଫୁଲ୍ଲ ରହିବ। କୌଣସି ବନ୍ଧୁଙ୍କ ଦ୍ଵାରା ଉପକୃତ ହେବେ।
କନ୍ୟା – ପରିଶ୍ରମ ଅଧିକ ହେବ। ମାନସିକ କଷ୍ଟ ଅନୁଭବ କରିବେ। ଆୟ ସ୍ଥିର ରହିବ।
ତୁଳା – ସତସଙ୍ଗ ଲାଭ ହେବ। ମାନସିକ ଶାନ୍ତି ମିଳିବ। ପାରିବାରିକ ସହଯୋଗ ପ୍ରାପ୍ତି ହେବ।
ବିଛା – ଶାରୀରିକ କଷ୍ଟ ଅନୁଭବ କରିବେ। ଶୋକଗ୍ରସ୍ତ ହୋଇପାରନ୍ତି। ମନ ଆନ୍ଦୋଳିତ ହେବ।
ଧନୁ – ଆୟ ଭଲ ହୋଇପାରେ। ବନ୍ଧୁଙ୍କ ସହଯୋଗ ମିଳିବ। ଶାରୀରିକ ସୁସ୍ଥତା ଅନୁଭବ କରିବେ।
ମକର – ଅହଂଭାବ ପ୍ରକାଶିତ ହେବ। ସୁଖାଦ୍ୟ ଭୋଜନ ପ୍ରାପ୍ତି ହୋଇପାରେ। ନୂତନ ଦ୍ରବ୍ୟ କ୍ରୟ କରିପାରନ୍ତି।
କୁମ୍ଭ – ପରାମର୍ଶ କରି କାର୍ଯ୍ୟ କରନ୍ତୁ ସୁଫଳ ପ୍ରାପ୍ତି ହେବ। ମାନସିକ ଶାନ୍ତି ମିଳିବ। ଆୟ ସ୍ଥିର ରହିବ।
ମୀନ – ବଡ ବିବାଦ ଲାଗି ରହିବ। ସହଯୋଗ କମ ମିଳିବ। ଦୂରଯାତ୍ରା କରିବାର ଯୋଜନା କରିବେ।