ନୂଆଦିଲ୍ଲୀ,୨୫/୦୧: ପୁରୁଣା ୧୦୦, ୧୦ ଓ ୫ ଟଙ୍କିଆ ନୋଟ୍ ଅଚଳ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଏହି ମାମଲାରେ ସ୍ପଷ୍ଟୀକରଣ କରିଛି ଭାରତୀୟ ରିଜର୍ଭ ବ୍ୟାଙ୍କ । ପୁରୁଣା ୧୦୦. ୧୦, ୫ ଟଙ୍କିଆ ଅଚଳକୁ ନେଇ ହେଉଥିବା ଚର୍ଚ୍ଚାରେ ପୂର୍ଣ୍ଣଛେଦ ପକାଇଛି ରିଜର୍ଭ ବ୍ୟାଙ୍କ । ପୁରୁଣା ୧୦୦, ୧୦, ୫ ଟଙ୍କିଆ ନୋଟ୍ ବନ୍ଦ ହେବ ନାହିଁ । ଯାହା ଖବର ପ୍ରକାଶ ପାଉଛି , ତାହା ଠିକ୍ ନୁହେଁ ବୋଲି ଆରବିଆଇ କହିଛି । ଏସବୁ ଅଚଳ କରାଯିବା ନେଇ ଖବରର କୌଣସି ସତ୍ୟତା ନାହିଁ ।