ଏସିଡିଟିରୁ କିପରି ପାଇବେ ମୁକ୍ତି ଜାଣନ୍ତୁ ସହଜ ଉପାୟ

ଆଜିକାଲି ବ୍ୟସ୍ତବହୁଳ ଜୀବନଶୈଳୀ ଓ ଖାଦ୍ୟପେୟର ପରିବର୍ତ୍ତନ ଯୋଗୁ ଲୋକଙ୍କର ଅନେକ ସ୍ଵାସ୍ଥ୍ୟଗତ ସମସ୍ୟା ଦେଖା ଦେଉଛି। ଏଥିମଧ୍ୟରୁ ଏସିଡିଟି ଅନ୍ୟତମ। ଏସିଡିଟି ହେବା ଫଳରେ ପେଟ ଜ୍ୱଳନ, ଆମ୍ୱିଳା ହାକୁଟି ଆଦି ଅନେକ ସମସ୍ୟା ସୃଷ୍ଟି ହୋଇଥାଏ। ଏଥିରୁ ଉପଶମ ପାଇବା ପାଇଁ ଲୋକେ ଅନେକ ଔଷଧ ସେବନ କରିଥାନ୍ତି। ଆପଣ ଚାହିଁଲେ ବିନା ଔଷଧରେ ଘରୋଇ ଉପଚାର ଦ୍ୱାରା ଏସିଡିଟି ସମସ୍ୟାକୁ ଦୂରେଇ ପାରିବେ। ଆସନ୍ତୁ ଏ ସମ୍ପର୍କରେ ଜାଣିବା:-
ଲବଙ୍ଗ : ଯଦି ଆପଣଙ୍କୁ ଏସିଡିଟି ହୋଇଛି ତେବେ ଲବଙ୍ଗ ଚୋବାନ୍ତୁ। ଲବଙ୍ଗ ପାଣିକୁ ଗରମ କରି ମଧ୍ୟ ପିଇ ପାରିବେ। ଏହା ଦ୍ୱାରା ଗ୍ୟାସ୍‌ ଓ ଏସିଡିଟି ସମସ୍ୟା ଦୂର ହୋଇପାରିବ।

କଦଳୀ : ଏସିଡିଟି ବେଳେ କଦଳୀ ଖୁବ୍ ଉପଯୋଗୀ ସାବ୍ୟସ୍ତ ହୋଇଥାଏ। କଦଳୀର ଆଲ୍‌କାଇନ୍‌ ଗୁଣ ପେଟରେ ଏସିଡିଟିକୁ କମାଇ ଦେଇଥାଏ। ଯେତେବେଳେ ଖଟା ହାକୁଟି ଆସୁଛି ତ ତୁରନ୍ତ କଦଳୀ ଖାଆନ୍ତୁ।

ଲେମ୍ୱୁ ଓ ବେକିଂ ସୋଡ଼ା: ଏକ ଗ୍ଲାସ୍‌ ଥଣ୍ଡା ପାଣିରେ ଏକ ଚାମଚ ଲେମ୍ୱୁ ରସ ପକାନ୍ତୁ। ପୁଣି ଏଥିରେ ୧ ଚାମଚ ବେକିଂ ସୋଡ଼ା ପକାଇ ତୁରନ୍ତ ପିଅନ୍ତୁ। ଏଥିରେ ଏସିଡିଟି ଦୂର ହୋଇଯିବ।

ଅଦା: ପେଟରେ ଜ୍ୱଳନ ହେଲେ , ଏପରି ସ୍ଥିତିରେ ଅଦାର ଏକ ଛୋଟ ଖଣ୍ଡ ନେଇ ଚୋବାନ୍ତୁ। ଏଥିରେ ଆରାମ ଲାଗିବ। ଏହା ବ୍ୟତୀତ ୧ଚାମଚ ମହୁ ସହ ଅଦା ରସ ମିଶାଇ ପିଅନ୍ତୁ।

ଥଣ୍ଡା କ୍ଷୀର : ଯେଉଁ ଲୋକଙ୍କୁ ସବୁବେଳେ ଏସିଡିଟିର ସମସ୍ୟା ଥାଏ, ସେ ପ୍ରତିଦିନ ୧ ଗ୍ଲାସ୍‌ ଥଣ୍ଡା କ୍ଷୀର ପିଇଲେ ଖୁବ୍ ଭଲ। କ୍ଷୀର ପେଟକୁ ଯାଇ ଏସିଡିଟିକୁ ନ୍ୟୁଟିଲାଇଟ୍‌ କରିଥାଏ ଓ ପେଟକୁ ଥଣ୍ଡା ରଖିଥାଏ ।