ଜୟପାଟଣା (ଅରୁଣ କୁମାର ସାହୁ):-ଜୟପାଟଣା ଥାନା ଅନ୍ତର୍ଗତ ମୁଖିଗୁଡ଼ା ଗ୍ରାମ ରେ ଦିନ ଦ୍ବିପ୍ରହରରେ ଆମ୍ବେଦକର ଛକ ନିକଟରେ ଥିବା ପାନ ଦୋକାନ ରେ ଛୁରା ମାଡ଼ ସହ ଲୁହା ରଡ଼ ରେ ମର୍ମାତକ ଆକ୍ରମଣ କରିଥିବା ଅଞ୍ଚଳ ରେ ଦେଖିବାକୁ ମିଳିଛି। ସ୍ଥାନୀୟ ବ୍ୟକ୍ତି ଓମ୍ ପ୍ରକାଶ ବୈଠାରୁ ଅରଫ (ବାପି) ଓ ତା ସ୍ତ୍ରୀ ଏବଂ କିଛି ଗୁଣ୍ଡା ବ୍ୟକ୍ତି ଙ୍କୁ ଆଣି ମାର୍କେଟ ରେ ଥିବା ପାନ ଦୋକାନ ର ବ୍ୟକ୍ତି ଶ୍ରୀ କାମ୍ପ ଦଳେଇ ଙ୍କ ସାନ ପୁଅ ରଞ୍ଜନ ଦଳେଇ ଙ୍କୁ ଦୋକାନ ରେ ପଶି ଅସଭ୍ୟ ଭାଷା ରେ ଗଲି ଗୁଲଜ କରି ଦୋକାନ ରେ ଥିବା ସମସ୍ତ ସାମଗ୍ରୀ ଭାଙ୍ଗି ଦେବା ସହ 35000 ଟଙ୍କା ଦୋକାନ ରୁ ନେଇ ଯିବା ସହ ରଞ୍ଜନ ଛୁରା ମାଡ଼ ସହ ଲୁହା ରଡ ରେ ଆକ୍ରମଣ କରି ଥିବାରୁ ରଞ୍ଜନ ଦଲେଇ ର ଗୋଟିଏ ଆଖି ଓ ନାକ ରେ ବହୁତ ଆଘାତ ହୋଇଛି। ତା ବାବଦ କୁ ଜୀବନ ରେ ମାରିଦେବାକୁ ଧମକ ଦିଆଯାଇଛି।କୌଣସି କାରଣରୁ ପରଷ୍ପର ଭିତରେ ଆଗର ଗଣ୍ଡ ଗୋଲ ହୋଇଥିବାରୁ ଏହାକୁ କେନ୍ଦ୍ର କରି ଆକ୍ରମଣର ହୋଇଛି ବୋଲି ଅନୁସନ୍ଧାନ କରାଯାଉଛି। ଏହି ଘଟଣାକୁ ସ୍ଥାନୀୟ ମା କାଳୀ ବଣିକ ସଂଘ ତୀବ୍ର ନିନ୍ଦା କରିବା ସହିତ ସଂଘ ପକ୍ଷରୁ ଓ ପରିବାର ପକ୍ଷରୁ ଥାନାରେ ଏତଲା ଦିଆ ଯାଇଛି । । ତେବେ ମୁଖୀଗୁଡା ଏକ ଶାନ୍ତିପ୍ରିୟ ଅଞ୍ଚଳ ହୋଇ ଥିବାରୁ ଏହି ଘଟଣା ଅଞ୍ଚଳ ବାସୀଙ୍କ ମନରେ ଘୋର ବ୍ୟାଘାତ ପହଞ୍ଚାଥିବା ସ୍ଥାନୀୟ ବଣିକ ସଂଘ ପକ୍ଷରୁ କ୍ଷୋଭ ପ୍ରକାଶ ପାଇଛି । ପୋଲିସ ପ୍ରଶାସନ ଘଟଣାର ଉପଯୁକ୍ତ ତଦନ୍ତକରୀ ଦୋଷୀକୁ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି ।