ତିନି ଦାଦନ ଶ୍ରମିକଙ୍କ ଦୁଃଖ କାହାଣୀ ୧୬୦ କିମି ଚାଲି ଚାଲି ଘରକୁ ଫେରିବା ଘଟଣାର ତଦନ୍ତ କଲା ପ୍ରଶାସନ

ଜୟପାଟଣା,(ଅରୁଣ କୁମାର ସାହୁ): ଦାଦନ ର ଦୁଃଖ ବୁଝିବ କିଏ? ଦାଦନ ଖଟିବାକୁ ଯାଇ ଠିକାଦାର ଙ୍କ ଠାରୁ ଅନେକ ନିର୍ଯ୍ୟାତନା ପାଇ ଶେଷରେ ଘରକୁ ନିରାଶ ହୋଇ ଫେରୁଛନ୍ତି ଦାଦନ ଶ୍ରମିକ। ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି । କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ ବଡ଼କର୍ଲାକୋଟ ଗ୍ରାମପଞ୍ଚାୟତ ଜାମଚୁଆଁ ଗାଁର ଦୁଇ ଜଣ ଓ ଟିଙ୍ଗପଖାନ୍ ଗାଁ ର ଜଣେ ଦାଦନ ଶ୍ରମିକ ୧୬୦କିମି ପାଦରେ ଚାଲି ଚାଲି ଘରକୁ ଫେରିବା ଘଟଣା ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।।ସୂଚନା ଅନୁଯାୟୀ ଜାମଚୁଆଁ ଗାଁର କାତାରୁ ମାଝୀ , ଭିକାରୀ ମାଝୀ ଓ ଟିଙ୍ଗପଖାନ ଗାଁ ବୁଦୁ ମାଝୀ ଦୁଇ ମାସ ତଳେ କିଛି ଲୋକଙ୍କ ସହ ମିଶି ବେଙ୍ଗାଳୁରୁ କାଉଗୁଡ଼ି ରେ ଏକ ବିଲ୍ଡିଂ ନିର୍ମାଣ କମ୍ପାନୀରେ ବାଲୁଗାଁର ରାମକୃଷ୍ଣ ପ୍ରଧାନ ନାମକ ଠିକାଦାର ଅଧୀନରେ କାମ କରୁଥଲେ।କିନ୍ତୁ ଦୁଇ ମାସ କାମ କରିବା ପରେ ମଧ୍ୟ ଠିକାଦାର ତାଙ୍କୁ ଟଙ୍କା ଦେଉନଥିଲା।ଯେତେବେଳେ ସେମାନେ ଟଙ୍କା ପାଇଁ କହିଥିଲେ ଠିକାଦାର ପାଟିତୁଣ୍ଡ କରିବା ସହ ଏ ତିନି ଜଣଙ୍କୁ ମାଡ଼ ମାରିଥିବା ଅଭିଯୋଗ କରିଛନ୍ତି।ପରେ ସେମାନେ କୌଣସି ଉପାୟ ନ ପାଇ ବେଙ୍ଗାଳୁରୁ ରୁ ପଟାଙ୍ଗି ପର୍ଯ୍ୟନ୍ତ ଚାଲି ଚାଲି ପରେ ନିଜ ଗାଁ ଜାମଚୁଆଁ ପହଂଚି ଥିବା ଶୁଣିବାକୁ ମିଳିଥିଲା।ତେବେ ଖବର ପାଇ ଆଜି ଜାମଚୁଆଁ ଗାଁକୁ ଜୟପାଟଣା ବିଡ଼ିଓ ସ୍ନିଗ୍ଧାରାଣୀ ପ୍ରଧାନ, ଥାନା ଅଧିକାରୀ ବାସୁଦେବ ଛତ୍ରୀଆ ଜାମଚୁଆଁ ରେ ପହଂଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।