ଭୁବନେଶ୍ୱର, ୧୧।୦୯,: ରାଜ୍ୟରେ ବଢିଚାଲିଛି ସାଇବର ଦୁର୍ନିତି । ଅନଲାଇ ଲିଙ୍କ ଦେଇ ହଜାର ହଜାର ଟଙ୍କା ସାଇବର ଲୁଟେରା ଲୁଟୁଥିବା ବେଳେ ଯୁବକ ମାନଙ୍କ ପ୍ରେମ ଜାଲରେ ଫସେଇ ଟଙ୍କା ଆଦାୟ କରୁଥିଲେ । ଫେକ ଫେସବୁକ ଆକାଉ ଯୁବକମାନଙ୍କୁ ପ୍ରେମ ଜାଲରେ ପକାଇ ଠକୁଥିବା ଏମିତି ଜଣେ ଯୁବତୀ ଫେସବୁକ କୁଇନ ପ୍ରିୟଙ୍କା ପ୍ରିୟଦର୍ଶନୀ ପରିଡାଙ୍କୁ ଗିରଫ କରିଛି ସହିଦନଗର ଥାନା ପୋଲିସ । ଏହା ସହିତ ତାଙ୍କ ଠାରୁ ୬୦ ହଜାର ଟଙ୍କା, ମୋବାଇଲ, ଏଟିଏମ କାର୍ଡ, ବ୍ୟାଙ୍କ ପାସ୍ବୁକ ସହ ଚେକ ବୁକ୍ ମଧ୍ୟ ଜବତ କରିଛି ପୋଲିସ ।
ପ୍ରିୟଙ୍କାଙ୍କ ଘର ଖୋର୍ଦ୍ଧା ଜିଲ୍ଲା ବାଣପୁର ନିକଟ ନାଚୁଣୀ ଗାଁର ବୋଲି ଜଣାପଡିଛି । ନିଜକୁ ଡାକ୍ତର, ଇଞ୍ଜିନିୟର କହି ଯୁବକଙ୍କୁ ପ୍ରେମ ଜାଲରେ ଫସାଉଥିଲେ । ଟଙ୍କା ନେଲା ପରେ ଆକାଉଣ୍ଟ ବନ୍ଦ କରିଦେଉଥିଲେ ପ୍ରିୟଙ୍କା । କେହି ଭିଡିଓ କଲ୍ କଲେ ଘରେ ଥିବା ବାହାନା କରି ଫୋନ ଉଠାଉନଥିଲେ । ମାଷ୍ଟରମାଇଣ୍ଡ ପ୍ରିୟଙ୍କାଙ୍କ ଗିରଫ ପରେ ତାଙ୍କ ନିକଟରୁ ନଗଦ ୬୦ ହଜାର ଟଙ୍କା ସହ ମୋବାଇଲ, ଏଟିଏମ୍ କାର୍ଡ, ବ୍ୟାଙ୍କ ପାସ୍ ଓ ଚେକ୍ ବୁକ୍ ଜବତ ହୋଇଛି।