କେନ୍ଦ୍ର ସରକାର ଓ ଟ୍ବିଟର ବିବାଦ: ଉପରାଷ୍ଟ୍ରପତିଙ୍କ ଆକାଉଣ୍ଟରୁ ହଟିଲା ବ୍ଲୁ ଟିକ୍

ନୂଆଦିଲ୍ଲୀ,୫।୬: ଟୁଇଟର୍‌ ଏବେ ବିବାଦରେ ଘେରରେ ପଡ଼ିଛି। ପୂର୍ବରୁ ଭାରତ ସରକାରଙ୍କ ଦ୍ୱାରା ପ୍ରଣୟନ କରାଯାଇଥିବା ନିୟମ ପାଳନ କରିବା ନେଇ ଟୁଇଟୁର ବିବାଦରେ ରହିଥିବାବେଳେ ଏବେ ଉପ ରାଷ୍ଟ୍ରପତି ଭେଙ୍କେୟା ନାଇଡୁଙ୍କ ଆକାଉଣ୍ଟ୍‌ରୁ ବ୍ଲୁ ଟିକ୍‌ ହଟାଇଛି।

ବ୍ଲୁ ଟିକ୍‌ ହଟିବା ଅର୍ଥାତ୍‌ ଆକାଉଣ୍ଟଟି ଅନଭେରିଫାଆଡ୍‌ ଅଟେ। ଅର୍ଥାତ୍‌ ଭେଙ୍କୟା ନାଇଡଙ୍କୁ ବ୍ୟକ୍ତିଗତ ଟ୍ବିଟର ଅକାଉଣ୍ଟକୁ ଅନଭେରିଫାଆଡ୍‌ କରିଛି ଏହି ସୋସିଆଲ ସାଇଟ କମ୍ପାନୀ। ଏହି ଖବର ଏବେ ଟ୍ବିଟରରେ ମଧ୍ୟ ଟ୍ରେଣ୍ଡ କରିବାରେ ଲାଗିଛି। ଟ୍ବିଟର ୟୁଜର୍ସ ମାନେ #Venkaiah Naidu ସହ ଟ୍ରେଣ୍ଡ କରିବାରେ ଲାଗିଛନ୍ତି। ଯାହା ଏବେ ଟ୍ରେଣ୍ଡିର ଉପରେ ଅଛି। ଟ୍ବିଟରର ଏଭଳି କାର୍ଯ୍ୟାନୁଷ୍ଠାନକୁ ନେଇ ୟୁଜର୍ସ ଭିନ୍ନ ଭିନ୍ନ ପ୍ରତିକ୍ରିୟା ରଖିଛନ୍ତି। କିଏ ଏହାକୁ ଭୁଲରେ ହୋଇଥିବା କହିଥିବା ବେଳେ ଆଉ କିଛି ଏହା ଜାଣିଶୁଣି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ମତ ରଖିଛନ୍ତି।

ଅନ୍ୟପଟେ ଉପରାଷ୍ଟ୍ରପତିଙ୍କ ଅଫିସିଆଲ ଆକାଉଣ୍ଟରେ ବ୍ଳୁ ଟିକ୍‌ ରହିଛି। ଏନେଇ ଉପରାଷ୍ଟ୍ରପତି କାର୍ଯ୍ୟାଳୟରୁ ସୂଚନା ଦିଆଯାଇଛି। କ’ଣ ପାଇଁ ଉପରାଷ୍ଟ୍ରପତିଙ୍କ ବ୍ୟକ୍ତିଗତ ଆକାଉଣ୍ଟରୁ ବ୍ଲୁ ଟିକ୍‌ ହଟାଯାଇଛି ତାର କାରଣ ଏପର୍ଯ୍ୟନ୍ତ ମିଳିନାଥିବା କାର୍ଯ୍ୟାଳୟ ତରଫରୁ ସୂଚନା ଦିଆଯାଇଛି। ଅପରପକ୍ଷେ ସଂଘର ବଡ଼ ବଡ଼ କାର୍ଯ୍ୟକର୍ତ୍ତାଙ୍କ ଟ୍ବିଟର ଆକାଉଣ୍ଟରୁ ବ୍ଲୁ ଟିକ୍‌ ହଟିିଥିବାର ସୂଚନା ମିଳିଛି।