ମହଙ୍ଗା ପଡିଲା ଦାଦାଗିରି ଜିଲ୍ଲାପାଳଙ୍କୁ ଦାୟିତ୍ୱରୁ ହଟାଇଲେ ସରକାର

ର।ୟପୁର ୨୩।୦୫: ଲକଡାଉନ ସମୟରେ ଜଣେ ଯୁବକଙ୍କୁ ଚାପୁଡା ମାରିବା ଏବଂ ଫୋନ୍ ଛଡାଇ ଭାଙ୍ଗି ଦେବା ସୁରଜପୁର ଜିଲ୍ଲାପାଳ ରଣବୀର ଶର୍ମାଙ୍କୁ ବହୁତ ମହଙ୍ଗା ପଡିଛି । ମାମଲା ନିଜ ହସ୍ତଗତକୁ ଆସିବା ପରେ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ଚାପୁଡା ମାରିଥିବା ଜିଲ୍ଲାପାଳ ରଣବୀରଙ୍କୁ ତତ୍କାଳ ପ୍ରଭାବରୁ ପଦରୁ ହଟାଇ ଦେଇଛନ୍ତି । ସାମାଜିକ ଗଣମାଧ୍ୟମରେ ଏହି ଘଟଣାର ଭିଡିଓ ଭାଇରାଲ ହେବା ପରେ ଛତିଶଗଡ ସରକାର ଏହି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ।

ସୂଚନାଯୋଗ୍ୟ, ଜିଲ୍ଲାପାଳ ରଣବୀର ଶର୍ମା ଲକଡାଉନରେ ଔଷଧ କିଣିବାକୁ ଯାଇଥିବା ଯୁବକଙ୍କୁ ଚାପୁଡା ମାରିବା ସହ ତାଙ୍କ ଫୋନ ଭାଙ୍ଗି ଦେବା ଘଟଣା ଭିଡିଓରେ ଦେଖିବାକୁ ମିଳିଥିଲା । ରାଜ୍ୟ ସରକାର ଜିଲ୍ଲାପାଳଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇ ତତ୍କାଳ ପ୍ରଭାବରୁ ହଟାଇ ଦେଇଛନ୍ତି । ତାଙ୍କ ସ୍ଥାନରେ ପ୍ରଶାସନିକ ଅଧିକାରୀ ଗୌରବ କୁମାର ସିଂହଙ୍କୁ ସୁରଜପୁରର ନୂତନ ଜିଲ୍ଲାପାଳ ଭାବେ ନିଯୁକ୍ତ କରାଯାଇଛି । ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ଏହି ଘଟଣାରେ ଟୁଇଟ୍ କରି ଏହାର ସୂଚନା ଦେଇଛନ୍ତି । ଏଥିସହ ପୀଡିତ ଯୁବକଙ୍କ ପରିବାର ପ୍ରତି ଦୁଃଖ ପ୍ରକାଶ

ମୁଖ୍ୟମନ୍ତ୍ରୀ ଟୁଇଟ୍ କରି ଲେଖିଛନ୍ତି ଯେ, ସାମାଜିକ ଗଣମାଧ୍ୟମରେ ସୁରଜପୁର ଜିଲ୍ଲାପାଳ ରଣବୀର ଶର୍ମା ଯୁବକଙ୍କ ପ୍ରତି ଦୁର୍ବ୍ୟବହାର ମାମଲା ମୋ ନଜରକୁ ଆସିଥିଲା । ଜିଲ୍ଲାପାଳଙ୍କ ବ୍ୟବହାର ବହୁତ ଦୁଃଖଦ ଏବଂ ନିନ୍ଦନୀୟ ଅଟେ । ଛତିଶଗଡରେ ଏହି ଧରଣର କୌଣସି କାର୍ଯ୍ୟକୁ ବରଦାସ୍ତ କରାଯିବ ନାହିଁ । ଜିଲ୍ଲାପାଳ ରଣବୀର ଶର୍ମାଙ୍କୁ ତତ୍କାଳ ପ୍ରଭାବରୁ ପଦରୁ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଥିବା ମୁଖ୍ୟମନ୍ତ୍ରୀ ବଘେଲ କହିଛନ୍ତି ।

ଘଟଣା କ’ଣ ଥିଲା ?
ଜିଲ୍ଲାପାଳ ରଣବୀର ଶର୍ମା ସୁରଜପୁର ସହର ଦେଇ ଯାଉଥିବା ବେଳେ ଜଣେ ଯୁବକଙ୍କ ଲକଡାଉନ୍ ମଧ୍ୟରେ ଗାଡି ନେଇ ଯାଉଥିବା ଦେଖିବାକୁ ପାଇଥିଲେ । ସେ ନିଜ ଗାଡି ଅଟକାଇ ଯୁବକଙ୍କୁ ବାହାରକୁ ବାହାରିବାର କାରଣ ପଚାରିଥିଲେ । ଯୁବକ ଜଣକ ଔଷଧ କିଣିବାକୁ ବାହାରିଥିବା କହିଥିଲେ । ଯୁବକଙ୍କ କଥା ଶୁଣିବା ଜିଲ୍ଲାପାଳ ଚାଲିଯାଇଥିଲେ । ତେବେ ଗାଡି ନିକଟରୁ ଫେରି ଆସି ସେ ଯୁବକଙ୍କୁ ମେଡିସିନ୍ ପ୍ରେସକ୍ରିପସନ ଦେଖାଇବାକୁ କହିଥିଲେ । ଆଉ ମଧ୍ୟ ଯୁବକଙ୍କ ଫୋନ୍ ମାଗି ତଳକୁ ଫୋପାଡି ଭାଙ୍ଗି ଦେଇଥିଲେ । ଯୁବକ ଜଣକ ଭିଡିଓ ସୁଟିଂ କରୁଥିବା ଜିଲ୍ଲାପାଳ ଅଭିଯୋଗ କରିଥିଲେ ।ତେବେ ଯୁବକ ସେ ଭିଡିଓ ସୁଟିଂ କରୁନଥିବା କହିଥିଲେ । ଏହାପରେ ଜିଲ୍ଲାପାଳ ନିଜେ ଯୁବକଙ୍କୁ ଚାପୁଡା ମାରିବା ସହିତ ପାଖରେ ଥିବା ସିପାହୀଙ୍କୁ ଯୁବକଙ୍କୁ ମାରିବା ପାଇଁ କହିଥିଲେ । ଏହି ଘଟଣାର ଭିଡିଓ ପରେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଥିଲେ ।