ଶ୍ରୀନଗର,୧୯।୫: ମହାମାରୀ କରୋନାରେ ଦେଶ କଲବଲ ହେଉଥିବାବେଳେ ଗୋଟିଏ ପରେ ଗୋଟିଏ ପ୍ରାକୃତିକ ବିପର୍ଯ୍ୟୟ ସମସ୍ୟାକୁ ବହୁଗୁଣ କରିପକାଉଛି । କେଉଁଠି ଝଡ଼ବାତ୍ୟା ତ ଆଉ କେଉଁଠି ହିମସ୍ଖଳନ ଓ ଭୂ-କମ୍ପ । ଏଭଳି ଗୋଟିଏ ପରେ ଗୋଟିଏ ବିପଦକୁ ସାମ୍ନା କରୁଛି ଦେଶ । ଏହିକ୍ରମରେ ବୁଧବାର ଜମ୍ମୁ-କଶ୍ମୀରରେ ଭୂ-କମ୍ପ ହୋଇଥିବା ସୂଚନା ମିଳିଛି
ଜମ୍ମୁ-କଶ୍ମୀରରେ ବୁଧବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି। ଜମ୍ମୁ-କଶ୍ମୀରର ଡୋଡା ଅଞ୍ଚଳରେ ଦ୍ୱିପ୍ରହର ୨ଟା ୩୪ ମିନିଟ୍ରେ ଭୂକମ୍ପ ଝଟ୍କା ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୨ ରହିଛି। ଏନେଇ ନ୍ୟାସନାଲ ସେଣ୍ଟର ଅଫ୍ ସିସ୍ମୋଲୋଜି ପକ୍ଷରୁ ସୂଚନା ଦିଆଯାଇଛି। ଭୂକମ୍ପ ହେବା ସମୟରେ ଲୋକମାନେ ଘରୁ ବାହାରକୁ ପଳାଇ ଆସିଥିଲେ। ଏଥିରେ କୌଣସି କ୍ଷୟକ୍ଷତି ହୋଇଥିବା ସୂଚନା ମିଳିନାହିଁ।
ସୂଚନା ଯୋଗ୍ୟ ଏହା ପୂର୍ବରୁ ଗତ ଫେବ୍ରୁଆରି ୧୩ ତାରିଖ ରାତି ୧୦ଟା ୩୪ରେ ଜମ୍ମୁ-କଶ୍ମୀରରେ ବଡ଼ ଧରଣର ଭୂ-କମ୍ପ ହୋଇଥିଲା । ରିଚର୍ ସ୍କେଲ୍ରେ ୬.୩ ତୀବ୍ରତା ରହିଥିଲା ।