ଟାଙ୍ଗୀ,୧୫/୦୩ (ବିନୁ ଦାସ) : ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ଥାନା ଅଧିନସ୍ଥ ଚଣ୍ଡେଶ୍ୱର ଛକ ନୂତନ ବାଇପାସ୍ ଠାରେ ବ୍ରହ୍ମପୁର ଠାରୁ ଭୁବନେଶ୍ୱର ରାସ୍ତାରେ ଏକ ଦୁଇ ଚକିଆ ଆରୋହି ଙ୍କୁ ବଞ୍ଚେଇବାକୁ ଯାଇ ଡିଭାଇଡ଼ର ରେ ମାଡ଼ ହୋଇ ବିନ୍ଧାଣିଆ ଗ୍ରାମ ନିକଟ ସାତଶଙ୍ଖ ଠାରେ ବସ ଟି କ୍ଷତିଗ୍ରସ୍ତ ହେବା ସହ କାଳୁପଡ଼ା ଘାଟ ଅଞ୍ଚଳ ର ବରୁଣପଡ଼ା ଗ୍ରାମର ଗଗନ ସେଠି ଙ୍କର ପୁତ୍ର ୩୦ବର୍ଷୀୟ ଜଗୁ ସେଠି ଗୁରୁତର ଅବସ୍ଥାରେ ପ୍ରଥମେ ଟାଙ୍ଗୀ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି।ଆଘାତ ଜଗୁ ସେଠି ଚିଲିକା ବ୍ଲକ ଟାଙ୍ଗୀ ଥାନା ଅଧିନସ୍ଥ କାଳୁପଡ଼ା ଘାଟ ମାନସିଂପୁର ପଞ୍ଚାୟତ ୧୦ ନମ୍ବର ୱାର୍ଡ ବରୁଣ ପଡ଼ା ଗ୍ରାମର ୱାର୍ଡ ମେମ୍ବର ଅଛନ୍ତି। ଗୁରୁତର ଆହାତ ଜଗୁ ସେଠିର ଜୀବନ ସଙ୍କଟାପନ୍ନ ରହିଛି। ପ୍ରାପ୍ତ ସୂଚନା ମୁତାବକ ବିଶାଖାପାଟଣା ରୁ ଭୁବନେଶ୍ୱର ଯାଉଥିବା ଯାତ୍ରୀବାହୀ ଏପି-୦୭-ଟିଜି-୩୪୩୪ ନମ୍ୱର ବସ ଟି ଅପର ପାର୍ଶ୍ଵ ରୁ ଆସୁଥିବା ଓଡ଼ି-୨୫-ବି-୦୭୩୨ ନମ୍ବର ବିଶିଷ୍ଟ ପାସନପ୍ଲସ ଗାଡ଼ି ରେ ଥିବା ଜଗୁ ସେଠିଙ୍କୁ ବଞ୍ଚେଇବାକୁ ଯାଇ ବସ ଟି ଗୁରୁତର କ୍ଷତିଗ୍ରସ୍ତ ହେବା ସହ ବାଇକ ଚାଳକ ଜୀବନ ମରଣ ସହ ସଙ୍ଘର୍ଷ କରୁଛି। ଘଟଣା ସ୍ଥଳରେ ଟାଙ୍ଗୀ ଥାନାଧିକାରୀ ସରୋଜ ଉପାଧ୍ୟାୟ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଗାଡି ଦୁଇଟି ଜବତ କରିବା ସହ ଗୁରୁତର ଆଘାତଙ୍କୁ ଡାକ୍ତରଖାନାରେ ଚିକିତ୍ସିତ ପାଇଁ ଭର୍ତି କରିବା ସହ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ରାସ୍ତା ପ୍ରଶସ୍ତି କରଣ କାମ ଧିମା ଚାଲିଥିବାରୁ ଏବ॰ ତୃଟି ପୂର୍ଣ୍ଣ ଡିଭାଇଡ଼ର ପାଇଁ ଦୈନନ୍ଦିନ ଦୁର୍ଘଟଣା ଘଟି ଧନ ଜୀବନ କ୍ଷତି ହେଉଛି । ଏଥି ପ୍ରତି ଜିଲ୍ଲା ପ୍ରସାଶନ ଏବ॰ NHAI ଅଧିକାରୀ ଦୃଷ୍ଟି ଦେଇ ସମସ୍ୟା ସମାଧାନ ନ କରିଲେ ବାରମ୍ବାର ଦୁର୍ଘଟଣା ଘଟିବାର ମତ ପ୍ରକାଶ ପାଉଛି ।