ନୂଆଦିଲ୍ଲୀ,୨୫ ।୨: ସୋସିଆଲ ମିଡିଆ ପାଇଁ ଆଜି ଗାଇଡଲାଇନ ଜାରି କରିଛନ୍ତି କେନ୍ଦ୍ର ସରକାର । ସୋସିଆଲ ମିଡିଆ ଗାଇଡଲାଇନ ନେଇ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ । ଓଟିଟି ଓ ସାମାଜିକ ଗଣମାଧ୍ୟମ ପାଇଁ ମାଗଦର୍ଶିକା ଜାରି ହୋଇଛି । ମନ୍ତ୍ରୀ ରବିଶଙ୍କର କହିଛନ୍ତି ଯେ, ‘ସୋସିଆଲ ମିଡିଆକୁ ଭାରତରେ ସ୍ୱାଗତ । ସୋସିଆଲ ମିଡିଆ ଅପବ୍ୟବହାର ଗ୍ରହଣଯୋଗ୍ୟ ନୁହେଁ । ଘୃଣାର ପ୍ରସାରର ମାଧ୍ୟମ ସାଜିଛି ସୋସିଆଲ ମିଡିଆ । ହିଂସା, ଭାଷା ଓ ଦୃଶ୍ୟ ଆଧାରରେ ବିଭାଗୀକରଣ କରାଯିବ । ୟୁ, ୟୁ-୭, ୟୁ-୧୩ ଆଧାରକୁ ନେଇ ବିଭାଗୀକରଣ ହେବ । ସୋସିଆଲ ମିଡିଆକୁ ନେଇ ଅନେକ ଅଭିଯୋଗ ପାଇଛୁ । ତେବେ ଓଟିଟି, ନ୍ୟୁଜ ପୋର୍ଟଲୟରଲ, ସୋସିଆଲ ନେଟୱାର୍କ ପାଇଁ ଆସିଛି ନୂଆ ନିୟମ । ଆପତ୍ତିଜନକ ପୋଷ୍ଟ ୨୪ ଘଣ୍ଟା ମଧ୍ୟରେ ହଟାଇବାକୁ ପଡିବ । ଫେକ୍ ନ୍ୟୁଜ ଉପରେ ବି ୩ଟି ସ୍ତରରେ ନଜର ରଖାଯିବ । ସବୁ ମାସରେ ଅଭିଯୋଗ ଓ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦେବାକୁ ପଡିବ । ନୋଡାଲ ଅଧିକାରୀଙ୍କୁ ନିଯୁକ୍ତ ଦେବାକୁ ପଡିବ । ଆଗାମୀ ୩ ମାସ ମଧ୍ୟରେ ନୂଆ ନିୟମ ଲାଗୁ ହେବ ।