ସାମାନ୍ୟ ଖାଇବା ସୁଜିକୁ ନେଇ ଗାଁ ଦାଣ୍ଡରେ ରକ୍ତର ହୋଲି ଫାର୍ଶା ଚୋଟରେ ଦୁଇ ଗୁରୁତର

କାଳୁପଡ଼ା ଘାଟ,୨୧।୧ -ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ଥାନା ଅନ୍ତର୍ଗତ କାଳୁପଡ଼ା ଘାଟ ବାଲିନାସି ଗ୍ରାମର ଚିତ୍ରସେନ ସାହୁଙ୍କ ପୁଅ ଗୋପାଳ ସାହୁ ଗାଁ ଗାଁ ବୁଲି ଜଳଖିଆ ବ୍ୟବସାୟ କରେ।ନିଜର ବ୍ୟବସାୟ ପାଇଁ ସଉଦା ଆଣି ଆସୁଥିବା ସମୟରେ ସେହି ବାଲିନାସି ଗ୍ରାମର ରାମହରି ଜାଲି ଯୁବକ ସହ ଅକସ୍ମାତ ଧକ୍କା ହେବାରୁ ସୁଜି ଜରିଟି ଛିଡି ବୁଣି ହୋଇଯାଇଥିଲା। ଏହାକୁ ନେଇ ପ୍ରଥମେ ବଚସା ଏବଂ ପରେ ହାତାହାତି ହୋଇଥିଲେ।ପରିସ୍ଥିତି ଏପରି ହୋଇଥିଲା ଯେ ଘଟଣା ସ୍ଥଳରେ ଚିତ୍ରସେନ ସାହୁଙ୍କ ଦୁଇପୁଅ ଗୋପାଳ ସାହୁ ଏବଂ ଯଦୁମଣି ସାହୁଙ୍କ ସହ ସେହି ଗ୍ରାମର ରାମହରି ଜାଲି ସହ ମହାଭାରତ ର ଖଣ୍ଡଯୁଦ୍ଧ ଗାଁ ଦାଣ୍ଡରେ ହୋଇଥିଲା।ଉଭୟଙ୍କ ମଧ୍ୟରେ ମାରପିଟି ଚାଲୁଥିବା ବେଳେ ହଠାତ ଦୁଇଭାଇଙ୍କର ପ୍ରତି ଆକ୍ରମଣ ରୁ ବଞ୍ଚିବା ପାଇଁ ରାମହରି ଜାଲି ଫାର୍ଶା ଚୋଟରେ ଦୁଇଭାଇଙ୍କୁ ଧରାଶାୟୀ କରିଦେଇଥିଲା। ଗାଁ ଦାଣ୍ଡ ରକ୍ତନଦୀ ହୋଇଥିଲେବି ଗାଁ ଲୋକ ନିଜ ଘରେ ଏସବୁ ଚୁପଚାପ ଦେଖୁଥିଲେ।ଅପରପକ୍ଷରେ ଆକ୍ରମଣକାରୀ ରାମହରି ସାମାନ୍ୟ ଆହତ ହୋଇଥିବା ବେଳେ ଗୁରୁତର ଆହତ ଗୋପାଳ ସାହୁ କୁ ଟାଙ୍ଗୀ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ଏବଂ ଯଦୁମଣି ସାହୁକୁ ପ୍ରାଥମିକ ଚିକିତ୍ସା ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସା କରାଯାଇ ଡାକ୍ତରୀ ମାଇନା ରେ ଛାଡିଛନ୍ତି। ଆମ ପ୍ରତିନିଧି ଅଭିଯୁକ୍ତ ରାମହରି ସହ ଯୋଗାଯୋଗ କରିବାରୁ ସେ କହିଛି ଯେ ମୋତେ ବିଭିନ୍ନ ଖରାପ ଭାଷା ରେ ଗାଳିକରିବାରୁ ଏବଂ ମୋତେ ଆକ୍ରମଣ କରିବାକୁ ଆସିଥିବା ବେଳେ ମୁଁ ତାଙ୍କୁ ପେଲିଦେବାରୁ ସେ ତଳେ ପଡିଯାଇଥିଲେ।ଟାଙ୍ଗୀ ପୋଲିସ ରାମହରି କୁ ଅଟକ ରଖିଛି। ଅନ୍ୟପକ୍ଷରେ ଆହତ ଗୋପାଳ ସାହୁ ଗୁରୁତର ଅବସ୍ଥାରେ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବାରୁ ତାଙ୍କର ଅଧିକ ମତ ନିଆଯାଇପାରିନାହିଁ