ମହଙ୍ଗା ପଡ଼ିଲା ମିଥ୍ୟା ମୃତ ମାମଲା ଜେଲ ଭୋଗୁଥିବା ଦୁଇ ଅଭିଯୁକ୍ତଙ୍କୁ କ୍ଷତି ପୂରଣ ପ୍ରଦାନ ପାଇଁ ରାଜ୍ୟ ମାନବାଧିକାର କମିଶନ ଙ୍କ ନିର୍ଦ୍ଦେଶ

ବରଗଡ଼,୧୩।୧୧: ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ପାଇକମାଳ ଥାନା ଭୁଲିଆବନ୍ଧର ମନୋରଂଜନ ଡନସନା ନିଜ ପୁଅ ନିଖୋଜ ନେଇ ଥାନା କେସ ନମ୍ବର ୧୮୭/ ତା ୨୫/୧୨/୨୦୧୬ ରେ ମାମଲା ହେବା ପରେ ଥାନା ର ତତ୍କାଳୀନ ଥାନା ଅଧିକାରୀ ପ୍ରକାଶ କୁମାର କର୍ଣ୍ଣ ଧାରା ୩୬୩ ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରବା ପରେ ପ୍ରଥମେ ନିଖୋଜ ଜିତୁ ଡନସନା ର ମୋବାଇଲ ଫୋନକୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ । ମୋବାଇଲ ଫୋନର ଆଧାର ରେ ବରଗଡ ବିସିପଡା ର ହଲୁ ଗୁର୍ଲ୍ଲା ଓ ରାଘବ ନାୟକକୁ ତଦନ୍ତ ପରିସର ଭୁକ୍ତ କରି ଖୋଲତାଡ କରିବାରୁ ଉଭୟ ପୋଲିସ୍ ଆଗରେ ସ୍ବୀକାର କରିଥିଲେ ଯେ ଉଭୟ ଜିତୁକୁ ମାଡ ମାରିବା ପରେ ମରିଗଲା ଭାବି ଜିରାନଦୀ ବାଲିରେ ପୋତି ଦେଇଥିଲେ । କିନ୍ତୁ ଘଟଣା ସ୍ଥଳରୁ ପୋଲିସ୍ କୁ କୌଣସି ପ୍ରକାର ପ୍ରମାଣ ମିଳି ନଥିଲା । ଏହାପରେ ଜିତୁର ପରିବାର ଲୋକ ଜାଣିବାକୁ ପାଇଥିଲେ ଯେ ଜିତୁ ପୁଅ ବଂଚିଛି ଓ କଲିକତାରେ ଅଛି । ଏହି ଖବର ପାଇବା ପରେ ପାଇକମାଳ ପୋଲିସ୍ କୁ ପରିବାର ଲୋକ ସୂଚନା ଦେଇ ଜିତୁ କୁ କଲିକତାରୁ ଉଦ୍ଧାର କରାଯାଇଥିଲା । ଅନ୍ୟ ପଟେ ଜିତୁ ହତ୍ୟାକାଣ୍ତର ଜେଲରେ ଥିବା ଦୁଇ ଅଭିଯୁକ୍ତ ଙ୍କୁ ମିଥ୍ୟା ମାମଲାରେ ଅଭିଯୁକ୍ତ କରାଇଥିବାରୁ ଶ୍ରୀଯୁକ୍ତ ବିଶ୍ବପ୍ରିୟ କାନୁନଗୋ ନାମକ ଜଣେ ମାନବ ଅଧିକାର କର୍ମୀ ପୋଲିସ୍ ବିରୋଧରେ ରାଜ୍ୟ ମାନବ ଅଧିକାର କମିସନଙ୍କ ଦ୍ବାରସ୍ଥ ହୋଇଥିଲେ । ଉକ୍ତ ମାମଲାର ଶୁଣାଣି କରି ମାନ୍ୟବର କମିସନ ଉଭୟ ହଲୁ ଓ ରାଘବଙ୍କୁ ୫ଲକ୍ଷ ଟଙ୍କା କ୍ଷତି ପୁରଣ ଦେବା ପାଇଁ ତଦନ୍ତ କାରି ଅଧିକାରୀଙ୍କୁ ନିର୍ଦ୍ଦେଷ ଦେଇଛନ୍ତି । ଆସନ୍ତା ଦୁଇ ମାସ ମଧ୍ୟରେ ଏହି ନିର୍ଦ୍ଦେଶକୁ କାର୍ଯ୍ୟକାରି କରିବା ପାଇଁ ପୋଲିସ୍ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ।