ଓଡ଼ିଶା ରାଇଜିଙ୍ଗ୍ ଫାଉଣ୍ଡେସନ ପକ୍ଷରୁ ଗ୍ରୀଷ୍ମ କାଳୀନ ଶିବିର ଅନୁଷ୍ଠିତ

ଭୁବନେଶ୍ବର ଶାଳିଆ ସାହି ଶକ୍ତି ବିହାର ସ୍ଥିତ ୱାର୍ଲ୍ଡ ଭିଜନ କମ୍ୟୁନିଟି ସେଣ୍ଟର ଠାରେ ଓଡ଼ିଶା ରାଇଜିଙ୍ଗ୍ ଫାଉଣ୍ଡେସନ ପକ୍ଷରୁ ଗ୍ରୀଷ୍ମ କାଳୀନ ଶିବିର ଅନୁଷ୍ଠିତ ହୋଇଥିଲା।ଏହି ଶିବିରରେ ପାଞ୍ଚଟି କମ୍ୟୁନିଟିରୁ ପଞ୍ଚତିରିଶିଟି ଦିବ୍ୟାଙ୍ଗ ବିଦ୍ୟାର୍ଥୀ ଯୋଗ‌ ଦେଇଥିଲେ ଏବଂ ସେମାନଙ୍କ ମଧ୍ୟରେ‌ ଚିତ୍ରାଙ୍କନ,ଗୀତ, ନୃତ୍ୟ, ଗଳ୍ପ ଆଦି ଅନ୍ୟ ପ୍ରତିଯୋଗିତା କରାଯାଇଥିଲା।ଏହାପରେ ଆୟୋଜିତ ଏକ ସଭାରେ ଖୋର୍ଦ୍ଧା ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ଦିଲ୍ଲୀପ ହିଆଲ ଓ ଓଡ଼ିଶା ରାଇଜିଙ୍ଗ ଫାଉଣ୍ଡେସନର ମ୍ୟାନେଜର ସୁଶ୍ରୀ ସାଗରିକା ଚ଼ୋଇନି ଯୋଗଦେଇ ଦିବ୍ୟାଙ୍ଗ ବିଦ୍ୟାର୍ଥୀ ମାନଙ୍କୁ ପ୍ରୋତ୍ସାହିତ କରିବା ସହ କୃତି ବିଦ୍ୟାର୍ଥୀ ମାନଙ୍କୁ ସମ୍ମାନିତ କରିଥିଲେ, ଯାହାଦ୍ଵାରା ଦିବ୍ୟାଙ୍ଗ ବିଦ୍ୟାର୍ଥୀ ମାନଙ୍କ ମନୋବଳ ଦୃଢ଼ୀଭୂତ ହେବାରେ ସହଯୋଗ କରାଇବ।ତତସହିତ ଅଭିଭାବକ-ଶିକ୍ଷକ ସମ୍ମିଳନୀ କରାଯାଇ ଦିବ୍ଯାଙ୍ଗ‌ ବିଦ୍ୟାର୍ଥୀ ମାନଙ୍କୁ ହେୟ ଜ୍ଞାନ ନକରି ସେମାନଙ୍କୁ ଉତ୍ତମ ବ୍ୟବହାର, ଶିକ୍ଷା ଓ ତାଲିମ ପ୍ରଦାନ କଲେ, ସେମାନେ ସମାଜରେ ସ୍ବାବଲମ୍ବୀ ହୋଇପାରିବେ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ।