ଜୟପାଟଣା:୦୫/୦୫(ମଳୟ କୁମାର ସାହୁ)କଳାହାଣ୍ଡି ଏସ୍ପିଙ୍କ ନିର୍ଦ୍ଦେଶ କ୍ରମେ ଜୟପାଟଣା ପୋଲିସ ଓ ଜିଲ୍ଲା ପୋଲିସ ସ୍କୁଆଡ଼ ଜୟପାଟଣା ଥାନା ଅନ୍ତର୍ଗତ ବଡକର୍ଲାକୋଟ ଗ୍ରାମର ଏକ ବିଦେଶୀ ମଦ କୋଚିଆଙ୍କ ଘରୁ ବିପୁଳ ପରିମାଣର ବିଦେଶୀ ମଦ ଜବତ କରିବା ସହ ମଦ ବିକ୍ରି କରୁଥିବା ଢେମ ଗୋନ୍ତିଆ କୁ ଖସେଇ ଦେଇ ତାଙ୍କ ବାପା ବୃଦ୍ଧ ହର ଗୋନ୍ତିଆ ଙ୍କୁ ପୋଲିସ ନେଇ ଅଟକ ରଖିଛି।ଏହା ସହ ଏକ୍ଟାଗୁଡ଼ା ଗ୍ରାମର ଉମା ସାହୁ ଘରୁ ମଧ୍ୟ ବିପୁଳ ପରିମାଣର ବିଦେଶୀ ମଦ ଜବତ କରାଯାଇଥିବା ବେଳେ ଉମା ସାହୁ ଫେରାର ମାରିଛି। ଉକ୍ତ ଗାଁ ର ବେଆଇନ ଦେଶୀମଦ କୋଟିରେ ମଧ୍ୟ ରେଡ କରି ମାଲିକ ସଦାନନ୍ଦ ମାଝୀ ଙ୍କୁ ମଧ୍ୟ ଥାନାକୁ ଅଣାଯାଇଥିବା ଜଣାପଡିଛି।